କେନ୍ଦୁଝର: କିଛି ଦିନ ପୂର୍ବରୁ ବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ ଘଟଣା ଘଟି ସାମ୍ନାକୁ ଆସିଥିବା ବେଳେ , କଟକ ଏସିବିବି ରୁ ମଧ୍ୟ ରାଗିଂ ଘଟଣା ନେଇ ଅଭିଯୋଗ ହୋଇଥିଲା । ଆଜି ପୁଣି ରାଗିଂ ନେଇ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ ମରିଥିବାର ଅଭିଯୋଗ ଆସିଛି । ତେବେ ସୂଚନା ରହିଛି ଯେ ୫ ଜଣ ସିନିୟର ଛାତ୍ର ହଷ୍ଟେଲରେ ପଶି ମାଡ ମାରି ଥିବାର ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି।