25.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶଆସନ୍ତାକାଲି ଇସ୍ତଫା ଦେବେ କେଜ୍ରିୱାଲ!

ଆସନ୍ତାକାଲି ଇସ୍ତଫା ଦେବେ କେଜ୍ରିୱାଲ!

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ମୋଦିଙ୍କ ଜନ୍ମ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଆପ୍‌ର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ଦିନକ ତଳେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତିହାର ଜେଲରୁ ଫେରିବା ପରେ ଦିଲ୍ଲୀ ରାଜନୀତି ସରଗରମ ହୋଇ ରହିଛି । ସେ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ରାଜନୈତିକ ଉଷ୍ମତା ଆହୁରି ବଢିଯାଇଛି । ଆଜି ସେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ସାକ୍ଷାତ କରିବାକୁ ସମୟ ମାଗିଛନ୍ତି । ସୂଚନା ଅନୁସାରେ ମଙ୍ଗଳବାର ୪.୩୦ରେ ସାକ୍ଷାତ ପାଇଁ ସମୟ ଦେଇଛନ୍ତି ଉପରାଜ୍ୟପାଳ । ଫଳରେ କେଜ୍ରିଓ୍ବାଲ ଆସନ୍ତାକାଲି ଇସ୍ତଫା ଦେବାର ସମ୍ଭାବନା ବଢିଯାଇଛି । ସେପଟେ ଆଜି ଅପରାହ୍ନ ୫ଟାରେ ଆପ ରାଜନୈତିକ ବ୍ୟାପାର କମିଟିର ବୈଠକ ଗୁରୁତ୍ୱପୂର୍ଣ୍ଣ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏହି ବୈଠକରେ ଆଲୋଚନା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking