27.1 C
Bhubaneswar
Friday, December 19, 2025
Homeଦେଶ ବିଦେଶ୨୫ ଯାଏ ଜୁଡିସିଆଲ କଷ୍ଟଡିରେ ରହିବେ କେଜ୍ରିୱାଲ୍‌

୨୫ ଯାଏ ଜୁଡିସିଆଲ କଷ୍ଟଡିରେ ରହିବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଛନ୍ଦି ହୋଇ ଏବେ ତିହାର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି । ଇଡି ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ୨ଜଣିଆ ଖଣ୍ଡପୀଠ ଆଜି ରାୟ ପ୍ରକାଶ କରି କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି । ଏଥିସହ ଇଡି ଗିରଫଦାରୀକୁ ବିରୋଧ କରି କେଜ୍ରିୱାଲ କରିଥିବା ଆବେଦନକୁ ବୃହତ୍ତର ଖଣ୍ଡପୀଠକୁ ପଠାଇଛନ୍ତି । ଏହାସହିତ ଏଣିକି ଏହି ମାମଲା ଉପରେ ସୁପ୍ରିମକୋର୍ଟରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ ।

କିନ୍ତୁ ସୁପ୍ରିମକୋର୍ଟଙ୍କ ଜାମିନ୍ ପ୍ରଦାନ ସତ୍ତ୍ୱେ କେଜ୍ରିୱାଲ୍ ଜେଲ୍‌ରୁ ବାହାରକୁ ଆସିପାରିବେ ନାହିଁ । କାରଣ ଇଡି ମାମଲାରେ କେଜ୍ରିୱାଲ୍‌ଙ୍କୁ ଅନ୍ତରୀଣ ଜାମିନ ମିଳିଥିଲେ ମଧ୍ୟ ସିବିଆଇ ମାମଲାରେ କିନ୍ତୁ କେଜ୍ରିୱାଲ ଲଟକି ଯାଇଛନ୍ତି । ସିବିଆଇ ପକ୍ଷରୁ ତାଙ୍କ ଜାମିନ୍‌କୁ ବିରୋଧ କରାଯାଇ ଦିଲ୍ଲୀ ସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟରେ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହା ଉପରେ ଶୁଣାଣି କରି କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ୍ ଅବଧିକୁ ୨୫ ଯାଏ ବୃଦ୍ଧି କରିଛନ୍ତି । ପୂର୍ବରୁ ସିବିଆଇ ତାଙ୍କୁ ଜୁଲାଇ ୧୨ ତାରିଖ ଯାଏ ନ୍ୟାୟିକ ହେପାଜତ୍‌କୁ ନେଇଥିବା ବେଳେ ଆଜି ଏହି ଅବଧି ଶେଷ ହେଉଥିଲା । ସୁତରାଂ ସିବିଆଇ ପୁଣିଥରେ କେଜ୍ରିୱାଲ୍‌ଙ୍କୁ ଆଉ କିଛି ଦିନ ପାଇଁ ରିମାଣ୍ଡ୍‌ରେ ନେବାକୁ ରାଉଜ୍ ଆଭେନ୍ୟୁ କୋର୍ଟରେ ଆବେଦନ କରିଥିଲା । ପ୍ରକାଶ, ଜୁନ୍ ୨୬ ତାରିଖରେ ସିବିଆଇ ମଧ୍ୟ ଏହି ମାମଲାରେ କେଜ୍ରିୱାଲ୍‌ଙ୍କୁ ତିହାର ଜେଲ୍‌ରୁ ଗିରଫ କରିଥିଲା ଏବଂ ରିମାଣ୍ଡ୍‌ରେ ନେଇଥିଲା ।

ଉଭୟ ସିବିଆଇ ଏବଂ ଇଡି ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ୍‌ଙ୍କ ବିରୋଧରେ ସମାନ ଅଭିଯୋଗ କରିଆସୁଛନ୍ତି । ଉଭୟ ତଦନ୍ତକାରୀ ଏଜେନ୍ସି ଅବକାରୀ ନୀତି ଦୁର୍ନୀତି ମାଲାରେ କେଜ୍ରିୱାଲଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇଛନ୍ତି । କେଜ୍ରିୱାଲ୍‌, ତାଙ୍କ ସହଯୋଗୀ ବିଜୟ ନାଏରଙ୍କ ସହ ଜରିଆରେ ବିଭିନ୍ନ ମଦ ବ୍ୟବସାୟୀଙ୍କ ଯୋଗାଯୋଗରେ ରହିଥିଲେ । କେଜ୍ରିୱାଲ୍‌ଙ୍କ ପକ୍ଷରୁ ବିଜୟ ନାଏର ଆମ୍ ଆଦ୍‌ମୀ ପାର୍ଟି ପାଇଁ ପାଣ୍ଠି ସଂଗ୍ରହଣ କରୁଥିଲେ ବୋଲି ଉଭୟ ତଦନ୍ତକାରୀ ଏଜେନ୍ସି ଦର୍ଶାଇଛନ୍ତି । ଏପରିକି ଉଭୟ ସିବିଆଇ ଏବଂ ଇଡି ପକ୍ଷରୁ ଦାଖଲ କରିଥିବା ଚାର୍ଜଶିଟ୍‌ରେ ମଧ୍ୟ ଆମ୍ ଆଦ୍‌ମୀ ପାର୍ଟିକୁ ମିଳିଥିବା ୧୦୦ କୋଟି ଟଙ୍କାର ଲାଞ୍ଚ ମଧ୍ୟରୁ ୪୪.୪୫ କୋଟି ଟଙ୍କା ଗୋଆ ନିର୍ବାଚନରେ ଖର୍ଚ୍ଚ କରାଯାଇଥିବା ଏବଂ ଏସବୁ ଆର୍ଥିକ କାରବାର ହାୱାଲା ଚ୍ୟାନେଲ ଦ୍ୱାରା ହୋଇଥିବା ଉଲ୍ଲେଖ କରାଯାଇଛି । କିନ୍ତୁ ଏଯାଏ ଏସବୁର ନିର୍ଦ୍ଦିଷ୍ଟ ପ୍ରମାଣ କୋର୍ଟରେ ଉପସ୍ଥାପନ କରିପାରିନାହାନ୍ତି ଉଭୟ ତଦନ୍ତକାରୀ ଏଜେନ୍ସି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking