24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକେଜ୍ରିୱାଲ୍ ଆଣିଥିଲେ ବିଷ ମିଶାଇବା ଅଭିଯୋଗ; ଯମୁନା ନଦୀ ପାଣି ପିଇଲେ ମୁଖ୍ୟମନ୍ତ୍ରୀ ସୈନୀ

କେଜ୍ରିୱାଲ୍ ଆଣିଥିଲେ ବିଷ ମିଶାଇବା ଅଭିଯୋଗ; ଯମୁନା ନଦୀ ପାଣି ପିଇଲେ ମୁଖ୍ୟମନ୍ତ୍ରୀ ସୈନୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଏବଂ ହରିଆଣା ସରକାରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ମଧ୍ୟରେ ହରିଆଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ଆଜି ସର୍ବସମ୍ମୁଖରେ ଯମୁନା ନଦୀର ପାଣି ପିଇଛନ୍ତି। ଏହାକୁ ନେଇ ଏବେ କେବଳ ଏହି ଦୁଇ ରାଜ୍ୟ ନୁହେଁ ବରଂ ଜାତୀୟ ରାଜନୀତିରେ ମଧ୍ୟ ବେଶ୍ ହଟଚମଟ ହୋଇଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସୋମବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯମୁନା ନଦୀର ଜଳ ପ୍ରଦୂଷଣ ପାଇଁ ହରିଆଣାର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ଦୋଷାରୋପ କରିଥିଲେ।

କେଜ୍ରିୱାଲ୍ କହିଥିଲେ ଦିଲ୍ଲୀକୁ ହରିଆଣା ଛାଡୁଥିବା ଯମୁନା ନଦୀ ଜଳରେ ବିଷ ମିଶାଯାଉଛି। କେଜ୍ରିୱାଲ୍‌ଙ୍କ ଅଭିଯୋଗକୁ ହରିଆଣା ସରକାରଙ୍କ ପକ୍ଷରୁ ପ୍ରଥମ ଦିନରୁ ହିଁ ଖଣ୍ଡନ କରାଯାଇଆସୁଛି। ତଥାପି ଏହାକୁ ନେଇ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏକ ନିର୍ବାଚନୀ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କରିଚାଲିଛି। ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍ ଏହାକୁ ଏକ ବଡ଼ ପ୍ରସଙ୍ଗ କରିଛି। ତେବେ ଏସବୁ ମଧ୍ୟରେ ହରିଆଣା ମୁଖ୍ୟମନ୍ତ୍ରୀ ସୈନୀ ଯମୁନା ନଦୀର ଜଳକୁ ପିଇ ଜଳରେ କୌଣସି ବିଷକ୍ରିୟା ହୋଇନଥିବାର ଏକ ବୃହତ୍ ପ୍ରମାଣ ଦେଇଛନ୍ତି।

ଗଣମାଧ୍ୟମକୁ ସମ୍ବୋଧିତ କରି ସୈନୀ କହିଛନ୍ତି, କେଜ୍ରିୱାଲ୍ କେବଳ ନିଜ ରାଜନୈତିକ ଫାଇଦା ଆଶାରେ ଏପ୍ରକାର ଦୁର୍ଭାଗ୍ୟଜନକ ମନ୍ତବ୍ୟ ଦେଉଛନ୍ତି। ଏପରି କରି ସେ ଦିଲ୍ଲୀବାସୀଙ୍କୁ ଆତଙ୍କିତ କରୁଛନ୍ତି ଏବଂ ଭାବୁଛନ୍ତି ତାଙ୍କର ଏପ୍ରକାର କାମରେ ଦିଲ୍ଲୀବାସୀ ଭୟଭୀତ ହୋଇ ତାଙ୍କୁ ଏବଂ ତାଙ୍କ ଦଳକୁ ଭୋଟ୍ ଦେବେ। କେଜ୍ରିୱାଲ୍ ନିଜ ଜୀବନ ତମାମ କେବଳ ମିଛ ହିଁ କହିଆସିଛନ୍ତି ବୋଲି ସୈନୀ କହିଛନ୍ତି। ଏସବୁ ମଧ୍ୟରେ ବିଜେପି ଏପ୍ରକାର ଅଭିଯୋଗକୁ କେନ୍ଦ୍ର କରି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ନିର୍ବାଚନ ଆୟୋଗ କେଜ୍ରିୱାଲ୍‌ଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କେଜ୍ରିୱାଲ ନିଜ ୧୪ ପୃଷ୍ଠା ସମ୍ବଳିତ ଉତ୍ତରରେ ଲେଖିଛନ୍ତି, ତାଙ୍କର ଏପ୍ରକାର ଅଭିଯୋଗ ଆଦୌ ଅମୂଳକ ନୁହେଁ। ଦିଲ୍ଲୀ ଜଳ ବୋର୍ଡ ସିଇଓଙ୍କଠାରୁ ହସ୍ତଗତ ପ୍ରମାଣ ପତ୍ର ଅନୁସାରେ ଯମୁନା ପାଣିରେ ଆମୋନିଆ ସ୍ତର ଅଧିକ ରହିଛି। ଏହାକୁ ପିଇଲେ ଲୋକଙ୍କ ସ୍ୱାସ୍ଥ୍ୟହାନି ଘଟିପାରେ। ତେବେ ଦିଲ୍ଲୀବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ସେ ଏପରି ମନ୍ତବ୍ୟ ଦେଇଥିବା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking