25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଏଣିକି ସହଜ ହେବ କେଦାରନାଥ ଯାତ୍ରା

ଏଣିକି ସହଜ ହେବ କେଦାରନାଥ ଯାତ୍ରା

ଉତ୍ତରାଖଣ୍ଡ: ଏଣିକି ସହଜ ହେବ କେଦାରନାଥଙ୍କ ଦର୍ଶନ । ଆଉ ୮ରୁ ୯ ଘଣ୍ଟା ଧରି ଯାତ୍ରା କରିବାକୁ ପଡ଼ିବନି । ଚାଲିବାକୁ ପଡ଼ିବନି ୨୩ କିଲୋମିଟରର ଲମ୍ବା ପାହାଡ଼ି ରାସ୍ତା । ମାତ୍ର, ୩୬ ମିନିଟରେ ବାବାଙ୍କ ଦର୍ଶନ କରିବେ ଭକ୍ତ । । ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର ଆଣିଲେ ସରକାର । ମେ ୨ରେ ଖୋଲିବ ବାବା କେଦାରନାଥଙ୍କ କବାଟ । ଏଥିପାଇଁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । କେନ୍ଦ୍ର କ୍ୟାବିନେଟ୍‌ରେ କେଦାରନାଥ ଏବଂ ହିମକୁଣ୍ଡ ସାହେବ ଯାତ୍ରାକୁ ନେଇ ବଡ଼ ଘୋଷଣା କରାଯାଇଛି । ଖୁବଶୀଘ୍ର ଏହି ଦୁଇସ୍ଥାନରେ ରୋପ ୱେ ବ୍ୟବସ୍ଥା କରାଯିବ । ଏନେଇ ପ୍ରେସମିଟ୍ ଜରିଆରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

୨୩ କିଲୋମିଟର ପାହାଡ଼ି ରାସ୍ତା ପାର୍ କଲେ ବାବାଙ୍କ ଦର୍ଶନ ମିଳେ । ଏଥିପାଇଁ ପ୍ରାୟ ୮ରୁ ୯ ଘଣ୍ଟା ସମୟ ଲାଗିଯାଏ । କେଦାରନାଥ ଧାମ ପାଇଁ ରୋପ ୱେ ପ୍ରୋଜେକ୍ଟକୁ ମୋଦି ସରକାର ମଞ୍ଜୁରୀ ଦେଇଛନ୍ତି । ଖୁବଶୀଘ୍ର କେଦାରନାଥକୁ ଶ୍ରଦ୍ଧାଳୁମାନେ ରୋପ ୱେ ମାଧ୍ୟମରେ ଯାଇପାରିବେ । ଏହାଛଡ଼ା ହେମକୁଣ୍ଡ ରୋପ ୱେ ପ୍ରୋଜେକ୍ଟ ନିର୍ମାଣକୁ ମଞ୍ଜୁରୀ ମଧ୍ୟ ମିଳିଛି । ସୋନପ୍ରୟାଗ ଠାରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିମି ରୋପ ୱେ ନିର୍ମାଣ କରିଯିବ । ଏଥିପାଇଁ ୪୦୮୧ କୋଟି ଟଙ୍କା ଖର୍ଚ୍ଚ ହେବ । ରୋପ ୱେ ନିର୍ମାଣ ଦ୍ୱାରା କେଦାରନାଥକୁ ଯାତ୍ରା ୮ରୁ ୯ ଘଣ୍ଟାରୁ ବଦଳରେ ମାତ୍ର ୩୬ ମିନିଟରେ କରିହେବ । ପ୍ରତି ଘଣ୍ଟାରେ ୧୮ ଶହ ଯାତ୍ରୀ ବାବାଙ୍କ ଦର୍ଶନ କରିପାରିବେ । ଆଉ ଦିନକରେ ମୋଟ ୧୮ ହଜାର ଲୋକ ରୋପ ୱେ ରେ ଯାଇ ବାବାଙ୍କ ଦର୍ଶନ କରିବେ । କେବଳ କେଦାରନାଥ ଧାମ ନୁହେଁ ବରଂ ହିମକୁଣ୍‌ତ ସାହେବ ଯାତ୍ରା ପାଇଁ ବି ସରକାର ରୋପ ୱେ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି । ଗୋବିନ୍ଦଘାଟରୁ ହିମକୁଣ୍ଡ ସାହେବ ପର୍ଯ୍ୟନ୍ତ ୧୨.୪ କିଲୋମିଟର ରୋପ ୱେ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking