ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ଘଟିଛି । ପାଣିରେ ବୁଡି ୩ ଶିଶୁଙ୍କର ମୃତ୍ୟୁ ହୋଇଛି । ବସ୍ତା ଥାନା ପଣିସାପଡା ଗାଁରେ ପାଞ୍ଚ ବର୍ଷର ଶିିଶୁ ଘରପାଖ ପୋଖରୀରେ ଖେଳୁଥିବା ବେଳେ ପାଣିରେ ବୁଡି ମୃତ୍ୟୁ ହୋଇଛି । ଯାହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ଖେଳିଯାଇଛି । ସେହିଭଳି ବାଲେଶ୍ୱର ମାଖନପୁର ଗ୍ରାମପଞ୍ଚୟତର ସାଉଣ୍ଡିଆ ଗାଁରେ ପାଣିରେ ବୁଡି ୩ ବର୍ଷୀୟ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ପୋଖରୀକୁ ଡଙ୍ଗା ଆଣିବାକୁ ଯାଇଥିବା ବେଳେ ଶିଶୁଟି ପାଣିରେ ବୁଡିଯାଇଥିଲା । ଗ୍ରାମବାସୀଙ୍କ ଖୋଜାଖୋଜି ପରେ ପିଲାଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲା । ସେହିଭଳି କଟକ ସାଲେପୁର କରମୁଆ ଗାଁ ପୋଖରୀରେ ବୁଡି ଶିଶୁପୁତ୍ରର ମୃତ୍ୟୁ ହୋଇଛି । ଭାସୁଥିବା ଡଙ୍ଗା ଆଣିବାକୁ ଯାଇଥିବା ବେଲେ ବୁଡିଯାଇ ମୃତ୍ୟୁ ହୋଇଛି ।