15.1 C
Bhubaneswar
Friday, January 16, 2026
Homeଖେଳକପିଲ ଦେବଙ୍କ ସମକକ୍ଷ ବୁମ୍‌ରା

କପିଲ ଦେବଙ୍କ ସମକକ୍ଷ ବୁମ୍‌ରା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ୫ ୱିକେଟ୍ ସଫଳତା ହାସଲ କରିଥିବା କାମଚଳା କ୍ୟାପ୍‌ଟେନ୍ ଜସ୍‌ପ୍ରୀତ୍ ବୁମ୍‌ରା ପୂର୍ବତମ ଭାରତୀୟ କ୍ୟାପ୍‌ଟେନ୍ କପିଳ ଦେବଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ପ୍ରଥମ ଇନିଂସ୍‌ରେ ବୁମ୍‌ରା ୧୮ ଓଭର୍ ୩୦ ରନ୍ ବ୍ୟୟରେ ୫ଟି ବହୁମୂଲ୍ୟ ୱିକେଟ୍ ହାସଲ କରିଥିଲେ। ଏହା ସେନା ଦେଶ (ସାଉଥ୍ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ)ରେ ବୁମ୍‌ରାଙ୍କ ସପ୍ତମ ୫ ୱିକେଟ୍ ସଫଳତା। ଏହି ଦେଶଗୁଡ଼ିକରେ ପୂର୍ବରୁ ସର୍ବାଧିକ ୫ ୱିକେଟ୍ ସଫଳତା କପିଳ ଦେବଙ୍କ ନାମରେ ଥିଲା। ସେ ସାତଥର ଏହି କୀର୍ତ୍ତିମାନ କରିଥିଲେ। ଏବେ ବୁମ୍‌ରା ଏହି ମାମଲାରେ କପିଳ ଦେବଙ୍କ ସମକକ୍ଷ ହୋଇଛନ୍ତି। ଏହି ତାଲିକାରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ବିଏସ୍ ଚନ୍ଦ୍ରଶେଖର (୬ଥର), ଜାହିର ଖାନ୍ (୬ଥର), ବିଶନ୍ ସିଂହ ଦେୀ (୫ଥର) ଏବଂ ଅନୀଲ୍ କୁମ୍ବଲେ (୫ଥର) ରହିଛନ୍ତି। ଏହା ବ୍ୟତୀତ ବୁମ୍‌ରା ପଞ୍ଚମ ଭାରତୀୟ ଅଧିନାୟକ ଭାବରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଏକ ୫ ୱିକେଟ ସଫଳତା ହାସଲ କରିଛନ୍ତି। ସେହିପରି ବିନୁ ମଙ୍କଡ, ବିଶନ୍ ସିଂହ ବେଦୀ, କପିଳ ଦେବ ଓ ଅନୀଲ କୁମ୍ବଲେଙ୍କ ନାଁ ଏହି ତାଲିକାରେ ରହିଛି। ଫାଷ୍ଟ ବୋଲର୍ ବୁମ୍‌ରା ସେନା ଦେଶରେ ଏପର୍ଯ୍ୟନ୍ତ ୨୭ ଟେଷ୍ଟ ମ୍ୟାଚ୍ ଖେଳି ୧୧୮ ୱିକେଟ୍ ହାସଲ କରିଛନ୍ତି। ସେହିପରି ୪୧ ଟେଷ୍ଟ୍ ମ୍ୟାଚ୍‌ରେ ଏହା ବୁମ୍‌ରା ଏକାଦଶ ୫-ୱିକେଟ୍ ସଫଳତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking