16.1 C
Bhubaneswar
Sunday, December 7, 2025
Homeଓଡିଶାପରକୀୟାପ୍ରୀତି ସନ୍ଦେହରେ କଙ୍ଗାରୁକୋର୍ଟ: ୩ ଜଣଙ୍କୁ ନିସ୍ତୁକ ମାଡ

ପରକୀୟାପ୍ରୀତି ସନ୍ଦେହରେ କଙ୍ଗାରୁକୋର୍ଟ: ୩ ଜଣଙ୍କୁ ନିସ୍ତୁକ ମାଡ

ମୟୁରଭଞ୍ଜ: ପରକୀୟାପ୍ରୀତି ସନ୍ଦେହରେ କଙ୍ଗାରୁକୋର୍ଟ । ଦୁଇ ଯୁବକ ଏବଂ ମହିଳାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅମାନୁଷିକ ମାଡ । ଏଭଳି ଅମାନୁଷିକ କାଣ୍ଡ  ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବେଗୁନିଆ ଗାଁରେ  । ସୂଚନା ଅନୁସାରେ ଗତକାଲି ମହିଳା ଜଣଙ୍କ ହାଟ ସୌଦାରେ ସହାୟତା କରିବା ପାଇଁ ନିକଟସ୍ଥ ଦାଶିପାଳ ଗାଁରୁ ତାଙ୍କ ସଂପର୍କୀୟ ଦୁଇ ଜଣ ଦିଅରଙ୍କୁ ଡାକି ଯଶିପୁର ଆସିଥିଲେ । ବଜାରରୁ  ଅପରାହ୍ଣ ୪ଟାରେ ବାଇକ ଯୋଗେ ୨ ଯୁବକଙ୍କ ସହ ଫେରୁଥିଲେ । ହଠାତ ମହିଳାଙ୍କ ପରିବାର ଲୋକଙ୍କ  ସହ ଗାଁ ଲୋକ ସେମାନଙ୍କୁ  ଗାଁ ଛକରେ ଅଟକାଇ ମାଡ ମାରିଥିଲେ । ନିକଟସ୍ଥ ଏକ ପଡିଆରେ ଥିବା  ବିଦ୍ୟୁତଖୁଣ୍ଟରେ ତିନି ଜଣଙ୍କୁ ବାନ୍ଧି ସିଧା ଗୋଇଠା ସହ ଠେଙ୍ଗା ବାଡି , ଚପଲରେ ନିସ୍ତୁକ ପିଟିଥିଲେ । ସନ୍ଧ୍ୟା ସମୟରେ ଖବର ପାଇ ଯଶିପୁର ପୋଲିସ ଲୋକଙ୍କ ଠାରୁ ଉଦ୍ଧାର କରି ସେମାନଙ୍କୁ ଯଶିପୁର ମେଡିକାଲରେ ଭର୍ତ୍ତି କରିଛି । ଥାନାରେ ମାମଲା ରୁଜୁ ସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ  ଜାରି ରଖିଛି ଯଶିପୁର ପୋଲିସ । ତେବେ ଏନେଇ ପୋଲିସର ପ୍ରତିକ୍ରିୟା କିନ୍ତୁ ମିଳିପାରିନାହିଁ   ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking