ବ୍ୟୁରୋ : ସରିଛି ଆମେରିକା ନିର୍ବାଚନ । ନିର୍ବାଚନରେ ହାରିଛନ୍ତି କମଳା ହାରିସ । କିନ୍ତୁ ହ୍ୟାରିସଙ୍କ ଚର୍ଚ୍ଚା ଏବେ ଚାରିଆଡେ ହେଉଛି । ତାଙ୍କ ନାଁରେ ଭିନ୍ନ ପ୍ରକାରର ଭିନ୍ନ କଥା ସାମ୍ନାକୁ ଆସୁଛି । ଅନ୍ତର୍ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି ଯେ ନିର୍ବାଚନ ସମୟରେ କମଲା ହାରିସ ଏବଂ ତାଙ୍କ ପାର୍ଟି ର ନେତାମାନେ ପାଣି ଭଳି ଟଙ୍କା ବୁହାଇଦେଇଛନ୍ତି । କୋଟି କୋଟି ଟଙ୍କା ନିର୍ବାଚନରେ ଉଡାଇଦେବାର ଅଭିଯୋଗ ମଧ୍ୟ ହୋଇଛି । ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି, କମଲା ହାରିସ ଏବଂ ତାଙ୍କ ଟିମ୍ ନିର୍ବାଚନ ପ୍ରଚାରରେ ସହାୟତା ପାଇଁ ସେଲିବ୍ରେଟି ଓପରାହ ୱିନଫ୍ରେ ଙ୍କ ପ୍ରଡକ୍ସନ ହାଉସକୁ ଏକ ମିଲିୟନ ଡଲାର ପ୍ରଦାନ କରିଥିଲେ । ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ୮ କୋଟି ଟଙ୍କାରୁ ଅଧିକ ହେବ । କମଲା ହାରିସଙ୍କ ପାଇଁ ଏହି ଅଭିନେତ୍ରୀ ଜଣଙ୍କ ଖୋଲାଖୋଲି ମଧ୍ୟ ପ୍ରଚାର କରି୍ଥିଲେ ।