18.1 C
Bhubaneswar
Thursday, February 12, 2026
Homeଅପରାଧକଲରାପତରିଆ ଚମଡ଼ା ଜବତ: ଅଭିଯୁକ୍ତ ଗିରଫ

କଲରାପତରିଆ ଚମଡ଼ା ଜବତ: ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ବାଘ ଚମଡା ଚାଲାଣ କରୁଥିବା ଯୁବକ ଜଣକ ଗିରଫ ହୋଇଥିବା ନେଇ ସୂଚନା ରହିଛି । କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଗିରଫ କରିଥିବାର ଖବର ରହିଛି । ତେବେ କଲରାପତରିଆ ବାଘ ଚମଡ଼ା ଚାଲାଣକାରୀକୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା ନାରାୟଣ ମାଝୀ। ଆଜି ନାରାୟଣକୁ କଣ୍ଟାମାଳ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଧୂର୍ତ୍ତ ନାରାୟଣଠାରୁ ବାଘ ଚମଡ଼ା ଚାଲାଣର ସମସ୍ତ ତଥ୍ୟ ଆଦାୟ କରିବା ସମ୍ଭବ ହୋଇନଥିବାରୁ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଇଛି। କେଉଁ ଜଙ୍ଗଲରେ ବାଘଟିକୁ ଶିକାର କରାଯାଇଥିଲା, ଶିକାରୀ କିଏ ଏବଂ କିଣାବିକା ରୢାକେଟ୍‌ର ମୂଳ କେଉଁଠି, ଏସବୁ ତଥ୍ୟ ହାତେଇବାକୁ ନାରାୟଣକୁ ଏସ୍‌ଟିଏଫ୍‌ ରିମାଣ୍ଡ୍‌ରେ ଆଣିବ ବୋଲି ସୂଚନା ମିଳିଛି। ସବୁଥର ଭଳି ଏଥର ମଧ୍ୟ ଏସ୍‌ଟିଏଫ୍‌ ସ୍ଥାନୀୟ ଚାଲାଣକାରୀକୁ ଧରିଛି। କିଣିବା ପାର୍ଟି ଖସିଯିବାରେ ସକ୍ଷମ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking