31.1 C
Bhubaneswar
Monday, July 8, 2024
Homeବଲିଉଡବକ୍ସ ଅଫିସରେ କମାଲ କରୁଛି କଲକୀ ୨୮୯୮ ଏଡି

ବକ୍ସ ଅଫିସରେ କମାଲ କରୁଛି କଲକୀ ୨୮୯୮ ଏଡି

ମୁମ୍ବାଇ : ନିକଟରେ ରିଲିଜ ହୋଇଥିବା ଫିଲ୍ମ କଲକୀ ୨୮୯୮ ଏଡି ଏଯାବତ ଭାରତରେ ନିର୍ମିତ ସବୁଠାରୁ ବ୍ୟୟବହୁଳ ଫିଲ୍ମ ବୋଲି କୁହାଯାଉଛି । ଫିଲ୍ମ ନିର୍ମାଣରେ ଖର୍ଚ୍ଚ ହୋଇଛି ୬୦୦ କୋଟିରୁ ୭୦୦ କୋଟି ଟଙ୍କା । ଫିଲ୍ମର ଉଚ୍ଚକୋଟୀର ଭିଏଫଏକ୍ସ ବାବଦରେ ହିଁ ପାଣି ଭଳି ଟଙ୍କା ଖର୍ତ୍ତ ହୋଇଛି । ଏକ ନୀମୀଦାମୀ ହଲିଉଡ୍ କମ୍ପାନିକୁ ଦିଆଯାଇଥିଲା ଭିଏଫଏକ୍ସ ଦାୟିତ୍ୱ । ହିନ୍ଦି ସମେତ ଅନ୍ୟ କିଛି ଭାରତୀୟ ଭାଷାରେ ଡବ୍ ହୋଇଥିବା କଲକୀ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି ବୋଲି ଟ୍ରେଡ୍ ପଣ୍ଡିତମାନେ କହିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ରିଲିଜ ହୋଇଛି ଅନେକ ହାଇବଜେଟ ଫିଲ୍ମ । ସବୁ ବ୍ୟୟବହୁଳ ଫିଲ୍ମ ବ୍ୟବସାୟିକ ସଫଳତା ହାସଲ କରିପାରିନାହିଁ । ଆରଆରଆର୍ , ଆଦିପୁରୁଷ, ତାମିଲ ଫିଲ୍ମ ପନିୟନ ସେଲଭନ ବାହୁବଳୀ, ବ୍ରହ୍ମାସ୍ତ୍ର ପ୍ରଥମ ଭାଗ, ବଡେ ମିୟାଁ ଛୋଟେ ମିୟାଁ ଆଦି ବ୍ୟୟବହୁଳ ଫିଲ୍ମ ଶ୍ରେଣୀରେ ଆସିବେ । ଏସବୁ ଫିଲ୍ମର ମୋଟ ବଜେଟ୍ ୪ ଶହ କୋଟିରୁ ଢେର ଅଧିକ । ୨୫୦ କୋଟିରୁ ୩୫୦ କୋଟି ଟଙ୍କା ବଜେଟ୍ ମଧ୍ୟରେ ବି କେତେକ ଫିଲ୍ମ ନିର୍ମିତ ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହ ସାଇନ୍ସ ଫିକ୍ସନ ଓ ପୌରାଣିକ କଥାବସ୍ତୁ ଉପରେ ନିର୍ମିତ ଚଳଚ୍ଚିତ୍ର ନିର୍ମାଣ କଲେ ତ ବଜେଟ୍ ଅଧିକ ହେବା ନିଶ୍ଚିତ । ଏଥିସହ ଯଦି ଏ-ଲିଷ୍ଟ ଷ୍ଟାରକାଷ୍ଟ ଓ ଆଗଧାଡିର ନିର୍ଦ୍ଦେଶକ ପ୍ରୋଜେକ୍ଟରେ ରହିବେ, ତାହା ହେଲେ ଫିଲ୍ମର ବଜେଟ ଆକାଶଛୁଆଁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking