27.1 C
Bhubaneswar
Thursday, March 26, 2026
Homeଓଡିଶାକଳିଙ୍ଗ ଭାରତୀ ଲୋକକଳା ମହୋତ୍ସବ ଉଦଘାଟିତ 

କଳିଙ୍ଗ ଭାରତୀ ଲୋକକଳା ମହୋତ୍ସବ ଉଦଘାଟିତ 

aଯାଜପୁର: ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ କଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏଣ୍ଡ ମ୍ୟୁଜିକ ରିସର୍ଚ୍ଚ ସେଣ୍ଟର ଆନୁକୂଲ୍ୟରେ କଳିଙ୍ଗ ଭାରତୀ ଲୋକକଳା ମହୋତ୍ସବ ଉଦଘାଟିତ ହୋଇଯାଇଛି। ହରିହର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁଲେଖ ବନ୍ଦୋବସ୍ତର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଦାନଗଦି ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବରିଷ୍ଠ ଶିକ୍ଷାବିତ ଦାମୋଦର ବେହେରା, ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ଓଡ଼ିଆ ସାହିତ୍ୟ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଅନୁଷ୍ଠାନ କରିଥିବା ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବହୁ ପ୍ରତିଭା ମାନେ ଯୋଗ ଦେଇ ଓଡ଼ିଶାର ଲୋକକଳା ଓ ନୃତ୍ୟ ପ୍ରଦର୍ଶନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking