ଗଞ୍ଜାମ : କାଳ ହେଲା କାଳବୈଶାଖୀ । ରାସ୍ତାରେ ବାଇକ୍ରେ ଯାଉଥିବା ବେଳେ ବାଇକ୍ ଉପରେ ପଡ଼ିଗଲା ଗଛ । ବାଇକ୍ ଚାଳକ ଗୁରୁତର ଆହତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସାକିରୀ ରାସ୍ତାରେ ଘଟିଛି ଅଘଟଣ । ବାଇକ୍ ଚାଳକ ଜଣକ ହେଲେ ଆର ବାହାଡାପଲ୍ଲୀ ଗାଁର ରାଜେଶ ପ୍ରଧାନ। ରାଜେଶ ଖଲ୍ଲିକୋଟରୁ ନିଜ ଗାଁ ବାହାଡ଼ାପଲ୍ଲୀକୁ ଫେରୁଥିବା ସମୟରେ କାଳବୈଶାଖୀ ଯୋଗୁଁ ବର୍ଷା ପବନ ହୋଇଥିଲା । ରାଜେଶଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।