ଭୁବନେଶ୍ୱର: ରାଜ୍ୟରେ ୧୯ ତାରିଖ ଯାଏଁ କାଳ ବୈଶାଖୀ ପ୍ରଭାବ ଲାଗି ରହିବ । କେତେକ ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୫୦ କିମି ବେଗରେ ପବନ ହୋଇପାରେ । ୧୭ ତାରିଖରେ ନୂଆପଡା, ବଲାଙ୍ଗୀର , ସୁବଣ୍ଣପୁର , ବୌଦ୍ଧ, ଅନୁଗୁଳ , ଢେଙ୍କାନାଳ ବ୍ୟତୀତ ବାକି ୨୪ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡବର୍ଷା ହେବାକୁ ଥିବାରୁ ୟେଲ୍ଲୋ ୱାଣ୍ଣିଂ ଜାରି ହୋଇଛି । ପଶ୍ଚିମ ଓଡିଶାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଡେଇଁଯିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗଞ୍ଚବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ୱାନୁମାନ କରାଯାଇଛି। ଝାରସୁଗୁଡା , ସୁବଣ୍ଣପୁର ଓ ବୌଦ୍ଧ ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି । ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ଆଜି ୪୦ ଡିଗ୍ରୀ ତଳେ ଥିଲା ।