ପୁରୀ: ଆଜି ହେଉଛି କାକଟପୁର ବାସିନୀ ମା ମଙ୍ଗଳାଙ୍କ ଚୈତ୍ରମାସ ଚତୁର୍ଥ ମଙ୍ଗଳବାର ପାଳିଯାତ୍ରା । ଆଜି ମାଆ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏଥିପାଇଁ ମଙ୍ଗଳବାର ମନ୍ଦିରରେ ଆଜି ମା ମଙ୍ଗଳାଙ୍କ ନୀତିକାନ୍ତି ସହ ପୂଜା ଚାଲିଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି କମଣୀୟ ବେଶକୁ ଦର୍ଶନ କରୁଛନ୍ତି । ରାତ୍ର ଚାରିଟା ପରଠୁ ଦ୍ୱାର ଫିଟା ନୀତି ପରେ ଭକ୍ତମାନେ ବ୍ୟାରିକେଡ ଭିତରେ ଧାଡିରେ ଯାଇ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।ହରିବୋଲ ହୁଳୁହୁଳିରେ କମ୍ପି ଉଠୁଛି ମନ୍ଦିର । ଆଜି ମାଙ୍କ ପାଖରେ ପ୍ରସିଦ୍ଧ ଚୂଡା ଘସା ଭୋଗ ଲାଗିବାର ପରମ୍ପରା ରହିଛି । ଆଜି ଦିନରେ ମନ୍ଦିର ବେଢା ଭିତରେ ଘଣ୍ଟ ପାଟୁଆ ନୃତ୍ୟ ସହ ବିଳମ୍ବିତ ରାତିରେ କାଳିକା ନୃତ୍ୟର ପରମ୍ପରା ରହିଛି ।










