କଟକ: ଏସସିବି ମେଡିକାଲ୍ରୁ ଡିସ୍ଚାର୍ଜ ହେଲେ ଜ୍ୟୋତି ପ୍ରକାଶ ବିଶ୍ୱାଳ । ସୁସ୍ଥ ହୋଇ ବାପାମାଆଙ୍କ ସହ ଘରକୁ ଫେରିଲେ । ଦୀର୍ଘ ୧୬ ଦିନ ଏସ୍ସିବିରେ ଚିକିତ୍ସିତ ହେବା ପରେ ସୁସ୍ଥ । ଗତ ୧୨ ତାରିଖରେ ଏସସିବି ଆସି ଚିକିତ୍ସିତ ହେଉଥିଲେ ଜ୍ୟୋତି । ଏଫଏମ କଲେଜ ପୀଡ଼ିତାଙ୍କୁ ବଞ୍ଚାଇବାକୁ ଯାଇ ଆହତ ହୋଇଥିଲେ । ଆତ୍ମାହୁତି ଦେବା ବେଳେ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିଲେ । ଜ୍ୟୋତିଙ୍କ ସାହସିକତାକୁ ସବୁଠି କରାଯାଇଥିଲା ପ୍ରଶଂସା ।









