26.1 C
Bhubaneswar
Saturday, September 28, 2024
Homeଓଡିଶାଡ୍ରେନରେ ଭାସିଯାଇଥିବା ନାବାଳକ ମୃତ ଘୋଷଣା

ଡ୍ରେନରେ ଭାସିଯାଇଥିବା ନାବାଳକ ମୃତ ଘୋଷଣା

ଭୁବନେଶ୍ୱର : ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା । ଡ୍ରେନରେ ଭାସିଯାଇଥିବା ନାବାଳକକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ରାଜଧାନୀରେ ଖୋଲା ଡ୍ରେନ୍‌ରେ ଏକ ୧୧ ବର୍ଷର ନାବାଳକ ଭାସିଯାଇଥିଲା । ପ୍ରବଳ ବର୍ଷ ଯୋଗୁଁ ଏପରି ଅଘଟଣ ଘଟିଛି ବୋଲି ସୂଚନା ମିଳିଥିଲା । ତେବେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ମୁକୁଳା ଡ୍ରେନ୍‌ ପାଖରେ ପହଞ୍ଚି ଖୋଜାଖୋଜି କରୁଥିଲେ । କିଛି ସମୟ ଖୋଜାଖୋଜି କରି ତାକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଉଦ୍ଧାର ବେଳେ ତାର ସ୍ୟସ୍ଥ୍ୟ ଅବସ୍ଥା ଭଲ ନଥିଲା। ଡାକ୍ତରଖାନରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ , ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର କିଛି ପିଲା ଅପରାହ୍ନରେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ହଠାତ ପ୍ରବଳ ବର୍ଷା ହୋଇଥିଲା । ଠିକ୍‌ସେହି ସମୟରେ ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ମୁକୁଳା ଡ୍ରେନ୍‌ ପାଖରେ ଖେଳୁଥିଲେ। ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଡ୍ରେନ୍‌କୁ ଯାଇଥିଲା। ତେବେ ବେଲୁନ୍‌ ଆଣୁଥିବା ବେଳେ ବର୍ଷା ପାଣିରେ ଭରା ଡ୍ରେନରେ ଏସ୍‌କେ ରାଜେଶ୍‌ ଭାସିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking