31.1 C
Bhubaneswar
Monday, September 23, 2024
Homeଓଡିଶାନିଶ୍ଚିତ ନ୍ୟାୟ ମିଳିବ : ପୀଡିତାଙ୍କ ବାପା

ନିଶ୍ଚିତ ନ୍ୟାୟ ମିଳିବ : ପୀଡିତାଙ୍କ ବାପା

ଭୁବନେଶ୍ୱର : ପୀଡିତାଙ୍କ ବାପା ବ୍ରିଗେଡିୟର୍ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆମ ଦାବି ଜଣାଇଥିଲୁ । ତଦନ୍ତରେ ନିଶ୍ଚିତ ନ୍ୟାୟ ମିଳିବ କହିଲେ ପୀଡିତାଙ୍କ ବାପା । ସୂଚନା ଯୋଗ୍ୟ ଯେ, ଗତ ସେପ୍ଟମ୍ବର ୧୪ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking