31.1 C
Bhubaneswar
Monday, September 23, 2024
Homeଓଡିଶାଠିକ୍ ସମୟରେ ପୀଡିତାଙ୍କୁ ନ୍ୟାୟ ମିଳିବ : ପୃଥ୍ୱୀରାଜ ହରିଚନ୍ଦନ

ଠିକ୍ ସମୟରେ ପୀଡିତାଙ୍କୁ ନ୍ୟାୟ ମିଳିବ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଭରତପୁର ଥାନା ମାମଲାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଦୁଇ ଦୁଇଟି ତଦନ୍ତ ଏକାସାଙ୍ଗରେ କରାଯାଉଛି । ଠିକ ସମୟରେ ପୀଡିତାଙ୍କୁ ମିଳିବ ନ୍ୟାୟ । ମହିଳା ନିର୍ଯାତନା ରୋକିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଘଟଣା ରୋକିବାକୁ ସରକାର ସଚେତନ ଅଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ସେପ୍ଟମ୍ବର ୧୪ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଓ ତାଙ୍କ ବାନ୍ଧବୀ । ମେଜର ଓ ତାଙ୍କ ବାନ୍ଧବୀ ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ମେଜରଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking