କଟକ: ଓଡିଶା ହାଇକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ । ଜଷ୍ଟିସ ହରିଶ୍ଚନ୍ଦେନ ଶ୍ରୀପଦଙ୍କୁ ଶପଥ ପାଠ କରାଇଛନ୍ତି । ଆଇନ ଏବଂ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଆସିବା ପରେ କଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ । ୨୦ ଜୁଲାଇ ୧୯୬୪ ମସିହାରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୮୯ରୁ ଆଇନଜୀବିରେ ସେ କାଯ୍ୟ ଆରମ୍ଭ କରିଥିଲେ । ୨୦୧୮ ମସିହାରେ କଣ୍ଣାଟକ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ କାଯ୍ୟ ଆରମ୍ଭ କରିବା ପରେ ୨୦୨୦ ମସିହା ଜାନୁଆରୀ ୭ ତାରିଖ ଠାରୁ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ।