33.5 C
Bhubaneswar
Sunday, April 12, 2026
Homeଦେଶ ବିଦେଶଆମେ ବଙ୍ଗଳା କହୁଛୁ ବୋଲି କ’ଣ ଭାରତୀୟ ନୋହୁଁ: ମମତା

ଆମେ ବଙ୍ଗଳା କହୁଛୁ ବୋଲି କ’ଣ ଭାରତୀୟ ନୋହୁଁ: ମମତା

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଜନସଭାରେ ବିଜେପିକୁ ଲକ୍ଷ୍ୟ କରି କଟାକ୍ଷ କରିଛନ୍ତି। ତୃଣମୂଳ କଂଗ୍ରେସ ପ୍ରମୁଖ କହିଛନ୍ତି ଯେ ଆମେ ବଙ୍ଗଳା କହୁଛୁ, ଏହାର ଅର୍ଥ କ’ଣ ଆମେ ଭାରତୀୟ ନୋହୁଁ ? ଏଥିପାଇଁ ବାରମ୍ବାର ନାଗରିକତା ପ୍ରମାଣିତ କରିବାକୁ ପଡିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ମମତା ଶନିବାର କହିଛନ୍ତି ଯେ ବିଜେପି ତାଙ୍କ ବିରୋଧରେ ମିଛ ମାମଲା କରିବାକୁ ଚେଷ୍ଟା କରୁଛି ଏବଂ ନିର୍ବାଚନ ଆୟୋଗ ସାହାଯ୍ୟରେ ତାଙ୍କ ପ୍ରାର୍ଥୀ ପତ୍ରକୁ ରଦ୍ଦ କରିବାକୁ ଚେଷ୍ଟା କରୁଛି। ତେବେ ଟିଏମସିର କର୍ମୀ ଓ ସାଧାରଣ ଜନତା ବିଜେପିର ଏହି ଯୋଜନାକୁ ପଣ୍ଡ କରିଦେଇଥିବା ସେ କହିଛନ୍ତି। ପଶ୍ଚିମ ମେଦିନୀପୁର ଜିଲାର କେଶିୟାରୀରେ ନିର୍ବାଚନ ରାଲିକୁ ସମ୍ବୋଧନ କରି ବିଜେପି ଉପରେ ଏସଆଇଆର ସମୟରେ ମତଦାତାଙ୍କ ତାଲିକାରେ ୯୦ ଲକ୍ଷ ମତଦାତାଙ୍କ ନାଁ ଜବରଦସ୍ତି ହଟାଯାଇଥିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି। ମମତା ବିଜେପି ଉପରେ ଅଭିଯୋଗ ଲଗାଇଛନ୍ତି ଯେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଲଢ଼ିବା ପାଇଁ ଦଳର ସାହସ ନାହିଁ, ଏଥିପାଇଁ ଦଳ ଠକାମୀ କରି ଆସନ କବଜା କରିବାକୁ ଯୋଜନା କରୁଛି। ଏଥିପାଇଁ ଦଳ ମତଦାତାଙ୍କ ନାଁ ହଟାଉଛି। ଏଥିପାଇଁ ଦଳ ଇଭିଏମରେ ମଧ୍ୟ ଗୋଳମାଳ କରୁଥିବା ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking