23.1 C
Bhubaneswar
Sunday, March 22, 2026
Homeଓଡିଶାକନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍‌ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍‌ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ନିଯୁକ୍ତିରୁ ବଞ୍ଚିତ ଆଶାୟୀଙ୍କ ପିଟିସନ୍ ଉପରେ ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ,୨୦ ହଜାର କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରଥମେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚୟନକୁ ନେଇ ଦୀର୍ଘ ଦିନ ବିବାଦ ଲାଗି ରହିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ନିଯୁକ୍ତି ଆରମ୍ଭ ହୋଇଥିଲା। କାରଣ କଟ୍-ଅଫ୍ ମାର୍କ କମ୍ କରି ପଦବୀ ପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା। ହେଲେ ବିଭିନ୍ନ କାରଣରୁ ଏବେ ମଧ୍ୟ ୪ ହଜାର ପଦବୀ ପୂରଣ ହୋଇନାହିଁ। ତେବେ ଖାଲି ପଦବୀକୁ ପୂରଣ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶାୟୀ ପ୍ରାର୍ଥୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking