କଟକ : କଟକରେ ନ୍ୟାୟିକ ଅଭିଲେଖାଗାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ା ଏହାରି ପରେ ମୁଖମନ୍ତ୍ରୀ ମୋହନ ମାଝୀ ଅଭିଭାଷଣ ରଖିଛନ୍ତି । କହିଛନ୍ତି , ସେତୁ ହେବ ନ୍ୟାୟିକ ଅଭିଲେଖାଗାର । ଆମର ନ୍ୟାୟ ବ୍ୟବସ୍ଥା ପରେ ସାରା ବିଶ୍ୱରେ ଅନନ୍ୟ କହିଲେ ମୁଖ୍ୟମନ୍ତ୍ରୀ । ଆମର ନ୍ୟାୟପାଳିକା ବ୍ୟବସ୍ଥାକୁ ନେଇ ଆମେ ଗର୍ୱିତ । କେବଳ ନ୍ୟାୟ ଦେବା ଏହାର କାମ ନୁହେଁ , ଗଣତାନ୍ତ୍ରକୁ ସୁଦୃଢ କରିବା ବି ଦାୟିତ୍ୱ ଅଟେ । ୧୫୦ ବର୍ଷର ବ୍ରିଟିଶ ଆଇନକୁ ବିଦାୟ ଦେଇ ଭାରତୀୟ ନ୍ୟାୟ ସଂହିତା ଆଣିଲୁ । ତ୍ୱରିତ ନ୍ୟାୟ ଭାରତୀୟ ନ୍ୟାୟ ସଂହିତାର ମୂଳ ଲକ୍ଷ୍ୟ ଅଟେ କହିଛନ୍ତି ମୁଖ୍ୟମନ୍ତ୍ରୀ । ନ୍ୟାୟପାଳିକାକୁ ସୁଦୃଢ ପାଇଁ ଭିତ୍ତିଭୂମିର ଆବଶ୍ୟକତା ରହିଛି । ଆଜିର ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ ଏଭଳି ଏକ ପଦକ୍ଷେପ ନିଆଯାଇଛି । ଯାହାବି ରେକର୍ଡ ଅଛି , ଆଗାମୀ ପିଢି ପାଇଁ ସାଇତି ରଖିବା ମୂଳ ଲକ୍ଷ୍ୟ । ଏହା ନ୍ୟାୟିକ ବ୍ୟବସ୍ଥାର ଅତୀତ ଓ ଭବିଷ୍ୟତ ମଧ୍ୟରେ ସେତୁ ହେବ ।