26.1 C
Bhubaneswar
Thursday, September 19, 2024
Homeଖେଳହଂକଂ ଓପନ୍‌ରୁ ଜଲି-ଗାୟତ୍ରୀଙ୍କ ଯୋଡ଼ି ବିଦା

ହଂକଂ ଓପନ୍‌ରୁ ଜଲି-ଗାୟତ୍ରୀଙ୍କ ଯୋଡ଼ି ବିଦା

ନୂଆଦିଲ୍ଲୀ:  ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ୍ ପଦକ ବିଜେତା ତ୍ରିଷା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଭାରତୀୟ ଯୋଡ଼ି ହଂକଂ ଓପନ୍ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଗୁରୁବାର ବାଦ୍ ପଡ଼ିଛି । ଗୁରୁବାର ଅନୁଷ୍ଠିତ ମହିଳା ଡବଲ୍ସ ପ୍ରି-କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍‌ରେ ଭାରତୀୟ ଯୋଡ଼ି ଲିଉ ଶେଙ୍ଗ୍ ଓ ଟାନ୍ ନିଙ୍ଗ୍‌ଙ୍କ ଚୀନ୍ ଯୋଡ଼ିଠାରୁ ୧୧-୨୧, ୨୦-୨୨ରେ ପରାଜିତ ହୋଇଛି । ପ୍ରଥମ ଗେମ୍‌ରେ ଦ୍ୱିତୀୟ ସିଡ୍ ଚୀନ୍ ଯୋଡ଼ି ଏକତରଫା ବିଜୟ ହାସଲ କରିଥିଲା । ମାତ୍ର ଦ୍ୱିତୀୟ ଗେମ୍‌ରେ ଅଣସିଡେଡ୍ ଭାରତୀୟ ଯୋଡ଼ି କଡ଼ା ସଂଘର୍ଷ କରି ଏକଦା ୧୫-୧୫ରେ ଏବଂ ପରେ ୨୦-୨୦ରେ ସମାନ ସ୍ଥିତିରେ ରହିଥିଲା । ଏହି ମ୍ୟାଚ୍ ୪୧ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ମ୍ୟାଚ୍‌ରେ ଜଲି ଓ ଗାୟତ୍ରୀ ୟୁକ୍ରେନ୍‌ର ପୋଲିସ୍ ବୁହରୋଭା ଏବଂ ହେଭଲେନିଆ କାଣ୍ଟରନାୟରଙ୍କୁ ୨୧-୧୪, ୨୧-୧୩ରେ ପରାଜିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking