19.1 C
Bhubaneswar
Friday, December 5, 2025
Homeଓଡିଶାଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଅମାପ ସମ୍ପତ୍ତି ଠାବ

ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଅମାପ ସମ୍ପତ୍ତି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ ଚାଲିଛି । ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢାଉ କରିଛନ୍ତି । ରାୟଗଡା ଜଳ ବିଭାଜି ପୂର୍ୱତନ କମିଶନ ପିଡି ଦୟାନିଧି ଥିଲେ । ଭୁବନେଶ୍ୱର କଳାହାଣ୍ଡି ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ କରିଛି । କଳାହାଣ୍ଡିରେ ଥିବା ଘର , ତାଙ୍କର ଶ୍ୱଶୁର ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଏବଂ ଗୋଠପାଟଣା ସହିତ ନବରଙ୍ଗପୁରର ବିଭିନ୍ନ୍ ସ୍ଥାନ ଏବଂ ଭୁବନେଶ୍ୱରର ସରକାରୀ କାଯ୍ୟାଳୟରେ ଛାନଭିନ ଚଳାଇଛି ଭିଜିଲାନ୍ସ ଟିମ । ଚଢାଉରେ ୧୦ ଡିଏସପି , ୮ ଇନସ୍ପେକ୍ଟର, ୧୦ ଏଏସଆଇ ସାମିଲ ଅଛନ୍ତି । ନବରଙ୍ଗପୁରରେ ଓଡିଶାର ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ 40 ଏକର ଫାର୍ମ ହାଉସ୍ ରେ ଚଢ଼ାଉ ଚାଲିଛି । ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଭୁବନେଶ୍ୱର ଗୋଠପାଟମାରେ ୩ ବିଏଚକେ , ଚନ୍ଦ୍ରଶେଖରପୁରରେ ବିଲ୍ଡିଂ , ନବରଙ୍ଗପୁରରେ ୩ ହଜାର ବର୍ଗଫୁଟର ଏକ ନିର୍ମାଣଧୀନ କୋଠା , ସପିଂ କମ୍ପେଲକ୍ସ, ୪୦ ଏକରର ଫାର୍ମ ହାଉସ ୪୦ ଏକରର ଫାର୍ମ ହାଉସରେ ପ୍ରାୟ ୧ କୋଟିର ବିନିଯୋଗ କରିଛନ୍ତି । ୬ ଏକରର ଆଉ ଏକ ଫାର୍ମ ହାଉସ ରହିଛି । ଯେଉଁଥିରେ ୩୪ ଲକ୍ଷ ବିନିଯୋଗ କରିଛନ୍ତି । ଭବାନୀ ପାଟଣା ଟାଉନ ଉପକଣ୍ଠରେ ଆଉ ୧୧ ଏକର ଜମି ଠାବ କରାଯାଇଛି । ୫୫ ଲକ୍ଷର ବ୍ୟାଙ୍କ ଜମା, ଏକ ଚାରି ଚକିଆ ବେନାମୀ ଗାଡି ଠାବ ହୋଇଛି । ବହୁ ପରିମାଣର ସୁନା ରୂପା ମଧ୍ୟ ଠାବ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking