28.3 C
Bhubaneswar
Monday, May 19, 2025
Homeଓଡିଶାପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ଭୁବନେଶ୍ବର:  ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟକ୍ରମରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସହ ପ୍ରଭାରୀ ସାହାନଓ୍ୱାଜ ଚୌଧୁରୀଙ୍କ ଉପସ୍ଥିତିରେ ଜଗତସିଂହପୁର ଜିଲ୍ଲାର ପସ୍କୋ ବିରୋଧ ଆନ୍ଦୋଳନର ମୁଖ୍ୟ ପୁରୋଧା ଅଭୟ ସାହୁ ଓ ତାଙ୍କ ବହୁ ସମର୍ଥକଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ସେହିପରି ମୟୁରଭଞ୍ଜ ଜିଲ୍ଲାର ସରପଞ୍ଚ, ସମିତି ସଭ୍ୟା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ୱାର୍ଡ ସଭ୍ୟ, ନାୟବ ସରପଞ୍ଚ ପ୍ରମୁଖ ବହୁ ନେତା ବିଜେଡ଼ି, ଜେଏମଏମ ପରିତ୍ୟାଗକରି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଅନୁରୂପ ଭାବେ ପୁରୀ ଜିଲ୍ଲାର ପୂର୍ବତନ ସେନା କର୍ମଚାରୀ ଦୀପକ କୁମାର ଜେନା, ହିନ୍ଦୋଳନର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଜୋସ୍ଲାମୟୀ ବେହେରା ପ୍ରମୁଖ ମଧ୍ୟ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦେଇଛନ୍ତି।

ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଦାସ, ପ୍ରଭାରୀ ଶ୍ରୀଯୁକ୍ତ ଲଲ୍କୁ କଂଗ୍ରେସ ଦଳରେ ଯୋଗଦେଇଥିବା ନେତୃବୃନ୍ଦଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ କଂଗ୍ରେସ ଦଳକୁ ସ୍ବାଗତ କରିବା ସହ କହିଥିଲେ ଯେ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବ, ଜନନାୟକ ତଥା ଲୋକସଭାର ସାଂସଦ ଶ୍ରୀ ରାହୁଲ ଗାନ୍ଧୀଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି। ସେମାନଙ୍କ ଯୋଗଦାନ କଂଗ୍ରେସ ଦଳକୁ ଆହୁରି ଦୃଢ଼ିଭୂତ କରିବାରେ ସାହାଯ୍ୟ କରିବ ବୋଲି ସେମାନେ କହିଥିଲେ । ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ନେତୃତ୍ୱ ଉପରେ ଆସ୍ଥାପ୍ରକଟ କରି ଏବଂ କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ କଂଗ୍ରେସ ଦଳରେ ଯୋଗଦେଇଛୁ ବୋଲି ପୋସ୍କୋ ଆନ୍ଦୋଳନର ମୁଖ୍ୟ ପୁରୋଧା ଶ୍ରୀଯୁକ୍ତ ଅଭୟ ସାହୁ ଓ ଅନ୍ୟମାନେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜନ ଏକ୍ସା, ସରସ୍ଵତୀ ହେମ୍ବ୍ରମ, ଡ. ଦେବାଶିଷ ପଟ୍ଟନାୟକ, ନଟବର ବାରିକ, ବିଷ୍ଣୁ ବାରିକ, ପ୍ରଫୁଲ୍ଲ ପ୍ରଧାନ, ଯଶବନ୍ତ ସିଂ ଲାଗୁରି, ପ୍ରଭାସକର ମହାପାତ୍ର, ସୁଧାଂଶୁ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking