20.1 C
Bhubaneswar
Thursday, November 21, 2024
Homeଦେଶ ବିଦେଶୟୁକ୍ରେନ୍ ଯୁଦ୍ଧରେ ଜୋ ବାଇଡେନ ଖେଳିଲେ ନୂଆ କାର୍ଡ; ଚିନ୍ତାରେ ଋଷିଆ

ୟୁକ୍ରେନ୍ ଯୁଦ୍ଧରେ ଜୋ ବାଇଡେନ ଖେଳିଲେ ନୂଆ କାର୍ଡ; ଚିନ୍ତାରେ ଋଷିଆ

ନୂଆଦିଲ୍ଲୀ: ହଜାର ଦିନ ପରେ ମଧ୍ୟ ଋଷ ୟୁକ୍ରେନ ଯୁଦ୍ଧରେ ଲାଗୁନାହିଁ ବିରାମ । ଦିନକୁ ଦିନ ତୀବ୍ରତର ହୋଇଚାଲିଛି ଯୁଦ୍ଧ । ଆମେରିକା ୟୁକ୍ରେନକୁ ନିଜର ଦୁରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେବା ପରେ ଋଷ ୟୁକ୍ରେନ ଉପରେ ଯୁଦ୍ଧକୁ ତୀବ୍ର କରିବା ସହ ନିଜ ପରମାଣୁ ନୀତିରେ ପରିବର୍ତ୍ତନ ଆଣିଥିଲା । ବର୍ତ୍ତମାନ ପୁଣି ବାଇଡେନ ସରକାର ୟୁକ୍ରେନକୁ ନେଇ ଏକ ବଡ ବୟାନ ଦେବା ପରେ ଆଗକୁ କଣ ହେବାକୁ ଯାଉଛି ତାହା ଉପରେ ସାରା ବିଶ୍ୱର ନଜର ରହିଛି ।

ଋଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ଖେଳିଛି ନୂଆ କାର୍ଡ । ବିଦାୟୀ ରାଷ୍ଟ୍ରପତି ବାଇଡେନଙ୍କ ଏହି ନିଷ୍ପତି ସାରା ଦୁନିଆକୁ ଆଶ୍ଟର୍ଯ୍ୟ କରିଛି । ମଙ୍ଗଳବାର ଦିନ ଜୋ ବାଇଡେନ ପ୍ରଶାସନ ୟୁକ୍ରେନକୁ ଆମେରିକା ନିର୍ମିତ ଆଣ୍ଟି-ପର୍ସନାଲ ଲ୍ୟାଣ୍ଡମାଇନ୍ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ୟୁକ୍ରେନର ପୂର୍ବ ଦିଗରେ ଯେଉଁଠି ଋଷୀୟ ସୈନିକ ଦେଶ ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ସେଠାରେ ଏହି ଲ୍ୟାଣ୍ଡମାଇନ୍ସର ବ୍ୟବହାର କରିବାକୁ ଆମେରିକା ୟୁକ୍ରେନକୁ ଅନୁମତି ପ୍ରଦାନ କରିଛି ବୋଲି ଏକ ରିପୋର୍ଟରୁ ଜଣା ପଡିଛି । ଆଣ୍ଟି-ପର୍ସନାଲ ଲ୍ୟାଣ୍ଡମାଇନ ଗୁଡିକୁ ଏହିଭଳି ଭାବେ ଡିଜାଇନ କରାଯାଇଛି ଯେ, ଯଦି ଏହି ଲ୍ୟାଣ୍ଡମାଇନ ଉପରେ କାହାର ପାଦ ପଡିଯାଏ କିମ୍ବା ଏହା ଉପରେ କାହାର ସାମାନ୍ୟ ଚାପପଡିଲେ ଏହା ସାଙ୍ଗେସାଙ୍ଗେ ଆକ୍ଟିଭ ହୋଇଯାଇ ତତକ୍ଷଣାତ ବିସ୍ପୋରଣ ଘଟାଇଥାଏ ।

ଆନ୍ତର୍ଜାତିକ ରେଡ କ୍ରସ୍ କମିଟି ମୁତାବକ ଏହି ଲ୍ୟାଣ୍ଡମାଇନ ବିସ୍ପୋରଣରେ ବ୍ୟକ୍ତିଙ୍କ ତୁରନ୍ତ ମୃତ୍ୟୁ ହୋଇଥାଏ କିମ୍ବା ସେ ଗୁରୁତର ଭାବେ ଆହତ ହୋଇଥାନ୍ତି । ୟୁକ୍ରେନକୁ ପ୍ରଦାନ କରାଯାଇଥିବା ଲ୍ୟଣ୍ଡମାଇନଗୁଡିକ ନନ-ପର୍ସିଷ୍ଟେଣ୍ଟ ବିଭାଗରେ ଯାଉଥିବାରୁ ଏହା ବ୍ୟାଟେରି ଦ୍ୱାରା ପରିଚାଳିତ ହୋଇଥାଏ । ବ୍ୟାଟେରିରୁ ଚାର୍ଜ ସରିଗଲେ ଏହା ଆଉ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । କିଛି ଦିନ ବା ସପ୍ତାହ ମଧ୍ୟରେ ଏହାର ବ୍ୟାଟେରିରୁ ଚାର୍ଜ ସରିଯାଉ ଥିବାରୁ ଏହା ପରବର୍ତ୍ତୀ ସମୟରେ ସାଧାରଣ ଲୋକଙ୍କ ପାଇଁ ଆଉ କୈଣସି ପ୍ରକାରର ସମସ୍ୟା ସୃଷ୍ଟି କରିପାରିବ ନାହିଁ । ଏହାସହ ଆମେରିକା ୟୁକ୍ରେନକୁ ଅନ୍ୟ ଏକ ପ୍ରକାରର ଲ୍ୟଣ୍ଡମାଇନ ମଧ୍ୟ ପ୍ରଦାନ କରିଛି । ଯାହାର ନାମ ହେଉଛି କ୍ଲେ-ମୋର୍ସ । ଏହା ଏକ ସ୍ୱୟଂ କାର୍ଯ୍ୟକ୍ଷମ ମାଇନ୍ସ ନୁହେଁ । ଏହାର ବ୍ୟବହାର ପାଇଁ ଜଣେ ପରିଚାଳକଙ୍କ ଆବଶ୍ୟକତା ରହିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking