17.7 C
Bhubaneswar
Friday, December 27, 2024
Homeଦେଶ ବିଦେଶଆମେରିକାରେ ବୃଦ୍ଧି ପାଉଛି ‘ଜକ୍ ଇଚ୍’ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ

ଆମେରିକାରେ ବୃଦ୍ଧି ପାଉଛି ‘ଜକ୍ ଇଚ୍’ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ

ୱାଂଶିଟନ୍‌: ‘ଜକ୍ ଇଚ୍’ ହେଉଛି ଏକ ଫଙ୍ଗଲ ଇନଫେକ୍ସନ ବା ଚର୍ମ ସଂକ୍ରମଣ । ଏହି ଇନଫେକ୍ସନ ଆମେରିକାର ନ୍ୟୁୟର୍କରେ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ‘ଟିଏମ୍‌ଭିଆଇଆଇ’ର ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ, ଏହି ସଂକ୍ରମଣ ବିଭିନ୍ନ କାରଣରୁ ହୋଇଥାଏ । ପ୍ରଥମେ ଏହି ସଂକ୍ରମଣ ଆମେରିକାରେ ଚିହ୍ନଟ ହୋଇଥିଲା । ସିଡ଼ିସିର ଏକ ନୂଆ ରିପୋର୍ଟ ଅନୁସାରେ, ୨୦୨୪ ଏପ୍ରିଲରୁ ଜୁନ ମଧ୍ୟରେ ୪ ଜଣଙ୍କଠାରେ ଏହି ସଂକ୍ରମଣ ଦେଖାଦେଇଥିଲା । ତେବେ ନ୍ୟୁୟର୍କରେ ରହୁଥିବା କିଛି ରୋଗୀଙ୍କଠାରେ ଶାରୀରିକ ସମ୍ପର୍କ ଯୋଗୁ ଏହି ସଂକ୍ରମଣ ବ୍ୟାପିଥିବା ଆଶଙ୍କା କରାଯାଉଛି ।ସଂକ୍ରମିତ ଏହି ଚାରିଜଣ ପୁରୁଷଙ୍କ ବୟସ ୩୦ରୁ ୩୯ ମଧ୍ୟରେ ଥିଲା ।

ସେମାନଙ୍କ ମଧ୍ୟରେ ଯୌନ ସମ୍ପର୍କ ଥିବା ସୂଚନା ମିଳିଥିଲା । ତେବେ ପ୍ରଥମ ପୁରୁଷ ଓ ଚତୁର୍ଥ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କ ଥିଲା ତେବେ ଦ୍ଵିତୀୟ ଓ ତୃତୀୟ ପୁରୁଷଙ୍କ ‘ଟିଏମ୍‌ଭିଆଇଆଇ’ ସଂକ୍ରମଣ ହୋଇଥିବା ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ଚତୁର୍ଥ ପୁରୁଷ ଯୌନ କର୍ମୀ ଥିଲେ । ସିଡିସି ଏକ ତଥ୍ୟରେ କହିଥିଲା କି ୨୦୨୧ରୁ ଫ୍ରାନ୍ସରେ ପୁରୁଷଙ୍କ ସହ ଯୌନ ସମ୍ପର୍କ ରଖିଥିବା ପୁରୁଷମାନଙ୍କ ମଧ୍ୟରେ ‘ଟିଏମ୍‌ଭିଆଇଆଇ’ ସଂକ୍ରମଣ ବ୍ୟାପିଛି । ଏହା ପୁର୍ବରୁ ଦକ୍ଷିଣ ପୂର୍ବ ଏସିଆକୁ ଯାତ୍ରା କରିଥିବା ପୁରୁଷଙ୍କ ମଧ୍ୟରେ ସଂକ୍ରମଣ ନେଇ ସୂଚନା ମିଳିଥିଲା ।

ଏହି ଜକ୍ ଇଚ୍ ଭାଇରସ ଶରୀରରେ ଦାଗ ସୃଷ୍ଟି କରିଥାଏ । ଏହି ଦାଗଗୁଡିକୁ ଇଂରାଜୀରେ ଜକ୍ ଇଚ୍ ବୋଲି କୁହାଯାଏ । ଏହା ଶରୀରରେ ଜଙ୍ଘ, କାଖ, ଅଣ୍ଟା ତଳେ ଦେଖାଦେଇଥାଏ । ଏହି ଭାଇରସ୍ ସଂସ୍ପର୍ଶରେ ଆସିଲେ ଚର୍ମର ରଙ୍ଗ ଲାଲ, ବାଦାମୀ ଓ କଳା ହୋଇଯାଇଥାଏ, ଯାହାକି ଚର୍ମ ସଂକ୍ରମଣର ଲକ୍ଷଣ ହୋଇପାରେ । ଏହା ଶରୀରର ଗରମ ଜାଗାରେ ବିକଶିତ ହୋଇଥାଏ । ଏହି ସଂକ୍ରମଣ ଦ୍ଵାରା ଶରୀରର ସେହି ସ୍ଥାନଗୁଡ଼ିକ କୁଣ୍ଡେଇ ହୋଇଥାଏ । ଏହାର ଚିକିତ୍ସା ଘରେ ହେଇପାରିବ ନାହିଁ । ଶରୀରରୁ ଝାଳ ବାହାରୁଥିବା ସ୍ଥାନରେ ଏହି ଇନଫେକ୍ସନ ହୋଇଥାଏ ।

ଶରୀରର ଯେଉଁ ସ୍ଥାନ କୁଣ୍ଡେଇ ହୋଇଥାଏ, ସେଠାରେ ଗୋଲାକାର ଚିହ୍ନ ପଡ଼ିଯାଏ । ଏହି ଅବସ୍ଥାକୁ ‘ଟାଇନା କ୍ୟୁରିସ’ ବୋଲି କୁହାଯାଏ । ଏହି ଇନଫେକ୍ସନ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ମାତ୍ରାରେ ହୋଇଥାଏ । ଏହା ହେବା ଦ୍ୱାରା ଶରୀର ଜଳାପୋଡ଼ା ହୁଏ । ଧୀରେ ଧୀରେ ଏହା ପୂରା ଶରୀରକୁ ବ୍ୟାପିଯାଇଥାଏ ଏବଂ ଏହି ସ୍ଥାନରୁ ଚର୍ମ ଉଠିଯାଏ । ଆଣ୍ଟି ଫଙ୍ଗଲ କ୍ରିମ ଓ ପାଉଡରକୁ ସପ୍ତାହରେ ୨ରୁ ୪ ଥର ବ୍ୟବହାର କଲେ ଏହି ସଂକ୍ରମଣରୁ ରକ୍ଷା ମିଳିପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking