21.1 C
Bhubaneswar
Saturday, February 7, 2026
Homeଓଡିଶାଚାକିରି ଦେବା ନାଁରେ ଠକେଇ: ୩ ଗିରଫ

ଚାକିରି ଦେବା ନାଁରେ ଠକେଇ: ୩ ଗିରଫ

ଭୁବନେଶ୍ଵର: ଇସ୍ରାଏଲରେ ଚାକିରି ଦେବା ନାଁ​‌ରେ ଠକେଇ ଅଭିଯୋଗରେ କମିଶନରେଟ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜାଲ୍ ନିଯୁକ୍ତି ମେଳା କରି ଯୁବକଯୁବତୀଙ୍କୁ ଡକାଇ ସେମାନଙ୍କଠାରୁ ବିଭିନ୍ନ ବାବଦରେ ଟଙ୍କା ଠକେଇ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୁଲିସ ତଦନ୍ତ କରିବା ସହିତ ୩ ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି। ସମସ୍ତ ଅଭିଯୁକ୍ତ ମୁମ୍ବଇର ବୋଲି ଜଣାପଡ଼ିଛି। ଏମାନେ ଭୁବନେଶ୍ଵରର ଏକ ହୋଟେଲ ବୁକ୍ କରି ସେଠାରେ ଜାଲ୍‌ ନିଯୁକ୍ତି ମେଳା କରୁଥିଲେ। କିଛି ଆଶାୟୀଙ୍କଠାରୁ ନିଯୁକ୍ତି ପାଇଁ ବିଭିନ୍ନ ପ୍ରକ୍ରିୟା ବାବଦରେ ପ୍ରାୟ ୭୦ ହଜାର ଟଙ୍କା ନେଇଥିଲେ। ପୁଲିସ ସେମାନଙ୍କୁ ଗିରଫ କରି ଠକେଇ ପଛରେ ଆଉ କିଛି ଲିଙ୍କ ଅଛି କି ନାହିଁ ତାହାର ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking