31.1 C
Bhubaneswar
Saturday, September 14, 2024
Homeଓଡିଶାଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତି ଅଭିଯାନ

ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତି ଅଭିଯାନ

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ଏକ ନିଯୁକ୍ତି ଅଭିଯାନ (କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ ଡ୍ରାଇଭ୍‌) ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଏସ୍‌ଆଇଏସ୍‌ଇଆର୍‌) ଓ କିଟ୍‌ ଅନ୍ତର୍ଜାତୀୟ ବିଦ୍ୟାଳୟର ମିଳିତ ସହଯୋଗରେ ରାଜ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଥମ ଥର ପାଇଁ ଏପରି ଆୟୋଜନ କରାଯାଇଛି ।

ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ ନିଯୁକ୍ତି ଅଭିଯାନରେ ସାମିଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ସଫଳତା କାମନା କରିଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାଜ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଉନ୍ନତି ନିମନ୍ତେ ସବୁବେଳେ ତତ୍ପର ରହିଛି ବୋଲି ସେ କହିଥିଲେ । ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଏହି ଅଭିଯାନରେ ଯୋଗଦେଇ ଥିବାରୁ ଖୁସି ବ୍ୟକ୍ତ କରିବା ସହ ଏପରି ଅଭିଯାନ ଆଗାମୀ ବର୍ଷମାନଙ୍କରେ ମଧ୍ୟ ଜାରି ରହିବ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କରିଥିଲେ ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନ କିଟ୍‌ର ଅଧିକାରୀମାନଙ୍କୁ ଧନ୍ୟବାଦ ଦେବା ସହ ଏପରି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ କରିବାକୁ ଅନୁରୋଧ କରିଥିଲେ ।
କିଟ୍‌ ଅନ୍ତର୍ଜାତୀୟ ବିଦ୍ୟାଳୟର ନିର୍ଦ୍ଦେଶକ ଡ. ସଂଜୟ ସୁଆର କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ସୂଚନା ଦେଇଥିଲେ । ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ଆସିଷ୍ଟାଣ୍ଟ ପ୍ରଫେସର ପ୍ରେମାନନ୍ଦ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‌ ଅନ୍ତର୍ଜାତୀୟ ବିଦ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଜେତା ପଟ୍ଟନାୟକ, ସୁକନ୍ୟା ମହାକୁଡ଼, ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ଆକାଂକ୍ଷା ପ୍ରହରାଜ, ଶିବ ପ୍ରସାଦ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking