25.1 C
Bhubaneswar
Friday, December 19, 2025
Homeଦେଶ ବିଦେଶବିଜେପିରେ ସହ ମେଣ୍ଟ କରିବ ଜେଏମ୍‌ଏମ୍‌!

ବିଜେପିରେ ସହ ମେଣ୍ଟ କରିବ ଜେଏମ୍‌ଏମ୍‌!

ରାଞ୍ଚି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ବରିଷ୍ଠ ନେତା ଚମ୍ପାଇ ସୋରେନଙ୍କ ବିଜେପିରେ ଯୋଗଦେବା କଳ୍ପନା ଜଳ୍ପନା ମଧ୍ୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ହିମନ୍ତ କହିଛନ୍ତି, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ବର୍ତ୍ତମାନ ସମୟରେ ବିଜେପି ସହ ମେଣ୍ଟ କରିବା ସମ୍ପର୍କରେ ବିଚାର କରିବା ଉଚିତ୍ । ଜେଏମ୍‌ଏମ୍ ବିଜେପି ସହ ମେଣ୍ଟ କଲେ ଝାଡଖଣ୍ଡରେ ଏକ ସଶକ୍ତ ସରକାର ସମ୍ଭବ ହୋଇପାରିବ, ଯାହାର ଲାଭ ରାଜ୍ୟବାସୀଙ୍କୁ ମିଳିପାରିବ । ଝାଡଖଣ୍ଡ ଭଳି ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଗଠନର ଆବଶ୍ୟକତା ରହିଛି । ସୁତରାଂ ହେମନ୍ତ ଦିଲ୍ଲୀ ଆସିବା ଉଚିତ୍ ଏବଂ ମେଣ୍ଟ ଗଠନ ଦିଗରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିବା ଉଚିତ୍ ।
ପ୍ରକାଶ, ହେମନ୍ତ ସୋରେନ୍ ଏବେ ଏକ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି । ତାଙ୍କ ବିରୋଧରେ ଇଡି, ସିବିଆଇ ଭଳି ତଦନ୍ତକାରୀ ଦଳ ଚାର୍ଜସିଟ୍ ଦାଖଲ କରିଛନ୍ତି । ଅନ୍ୟପକ୍ଷେ କୋର୍ଟରେ ମଧ୍ୟ ମାମଲାର ଶୁଣାଣି ଜାରି ରହିଛି । ନିକଟରେ ସେ ଜେଲ୍‌ରୁ ଜାମିନ୍‌ରେ ବାହାରକୁ ଆସିବା ପରେ ପୁନର୍ବାର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନିକଟରେ ସରାୟକେଲା ଗସ୍ତ କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ଆମେ ଏକ ସଂଗଠନ ଗଠନ କରିବୁ ଏବଂ ଏକ ନୂତନ ବନ୍ଧୁଙ୍କ ସହ ଝାଡଖଣ୍ଡର ବିକାଶ ପାଇଁ କାର୍ଯ୍ୟ କରିବୁ । ଚମ୍ପାଇ ସୋରେନଙ୍କ ଏପ୍ରକାର ବିବୃତିକୁ ନେଇ ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ହେମନ୍ତ ସୋରେନ୍‌ଙ୍କ ସମ୍ପର୍କରେ ହିମନ୍ତ ବିଶ୍ୱ ଶର୍ମା ଏପ୍ରକାର ମନ୍ତବ୍ୟ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking