28.1 C
Bhubaneswar
Tuesday, December 17, 2024
Homeଓଡିଶାଜିନ୍ନତ କିଛି ଖାଉ ନଥିବାରୁ ଦୁର୍ବଳ ହେଉଛି: ମନ୍ତ୍ରୀ

ଜିନ୍ନତ କିଛି ଖାଉ ନଥିବାରୁ ଦୁର୍ବଳ ହେଉଛି: ମନ୍ତ୍ରୀ

ଭୁବନେଶ୍ୱର: ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି । ଜଙ୍ଗଲ ବିଭାଗ ଜିନ୍ନତ ଉପରେ ତୀକ୍ଷ୍ମ ନଜର ରଖିଛି । ଏବେ ବି ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ । ୪ ଦିନ ଧରି ଜିନ୍ନତ କିଛି ଖାଉ ନଥିବାରୁ ଦିନକୁ ଦିନ ଦୁର୍ବଳ ହେଉଛି । ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ । ହେଲେ ଜିନ୍ନତକୁ ଫେରାଇ ଆଣିବାକୁ ବିଭାଗ ଉଦ୍ୟମ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସୂଚନା ନୌଯାଇ, ଝାଡ଼ଖଣ୍ଡରେ ବୁଳୁଥିବା ବାଘୁଣୀ ‘ଜୀନ୍ନତ’କୁ ସୁରକ୍ଷିତ ଶିମିଳିପାଳ ଫେରାଇ ଆଣିବେ ବନବିଭାଗକୁ ଘାରିଛି ସେହି ଚିନ୍ତା । ସେପଟେ ଜିନ୍ନତ ପାଇଁ ଅସ୍ତବ୍ୟସ୍ତ ଜନ ଜୀବନ। ବାଘୁଣୀ ଜଙ୍ଗଲରେ ବୁଲାବୁଲି କରୁଥିବାରୁ ସେହି ଅଞ୍ଚଳକୁ ଜନଶୂନ୍ୟ କରିବା ପାଇଁ କୁହାଯାଇଥିଲା । ଗତ କିଛି ଦିନ ହେଲା ଶିମିଳିପାଳ ଅଭୟାରଣ୍ୟରୁ ଯାଇ ଝାଡ଼ଖଣ୍ଡ ଜଙ୍ଗଲରେ ଘୁରିବୁଲୁଛି ଜୀନ୍ନତ । ଫେରିବାର ନାଁ ନେଉନି । ଆଉ ବାଘୁଣୀ ପାଇଁ ନକେଦମ୍ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ପୂରା ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking