20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବାଥରୁମରେ ପଡ଼ି ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଗୁରୁତର ଆହତ

ବାଥରୁମରେ ପଡ଼ି ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଗୁରୁତର ଆହତ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ବାଥରୁମରେ ପଡ଼ି ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଗୁରୁତର ଆହତ ହୋଇଥିବା ନେଇ ମିଳିଛି ସୂଚନାସୂଚନା ଅନୁଯାୟୀ, ଶନିବାର ସକାଳେ ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ ରାମଦାସ ସୋରେନ ତାଙ୍କ ବାସଭବନର ବାଥରୁମରେ ପଡ଼ିଯାଇଥିଲେ। ଏହା ଦ୍ୱାରା ମନ୍ତ୍ରୀଙ୍କ ମସ୍ତିଷ୍କରେ ଆଘାତ ଲାଗିଥିଲା। ପ୍ରଥମେ ରାମଦାସ ସୋରେନଙ୍କୁ ତୁରନ୍ତ ଜାମସେଦପୁରର ଟାଟା ମୋଟର୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରଙ୍କ ଏକ ଚାରି ଜଣିଆ ଦଳ ତାଙ୍କୁ ପରୀକ୍ଷା କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଏବେ ମନ୍ତ୍ରୀ ଉନ୍ନତ ଚିକିତ୍ସା ପାଇଁ ଜାମସେଦପୁରରୁ ଦିଲ୍ଲୀ ଯାଇଛନ୍ତି। ତାଙ୍କୁ ସୋନାରି ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଦିଲ୍ଲୀ ନିଆଯାଇଛି। ସମସ୍ତ ନେତା ମନ୍ତ୍ରୀ ରାମଦାସ ସୋରେନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମନ୍ତ୍ରୀଙ୍କ ପରିବାର ଏବଂ ପୂର୍ବତନ ବିଧାୟକ କୁନାଲ ଷଡଙ୍ଗୀ ତାଙ୍କ ସହିତ ଦିଲ୍ଲୀ ଯାଇଛନ୍ତି।

ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଇରଫାନ ଅନସାରି କହିଛନ୍ତି ଯେ ସୋରେନଙ୍କୁ ପ୍ରଥମେ ଜାମସେଦପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଚିହ୍ନଟ କରିଥିଲେ। ଜାମସେଦପୁରର ସୋନାରି ବିମାନବନ୍ଦରରେ ଉପସ୍ଥିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ‘ସୋରେନଙ୍କୁ ବିମାନ ଯୋଗେ ଦିଲ୍ଲୀ ନିଆଯାଇଛି। ମୁଁ ଦିଲ୍ଲୀ ଆପୋଲୋର ନିର୍ଦ୍ଦେଶକଙ୍କ ସହ କଥା ହୋଇଛି। ସେ ମୋତେ ପ୍ରତିଶ୍ରୁତି ଦେଇଛନ୍ତି ଯେ ମନ୍ତ୍ରୀ ହସ୍ପିଟାଲରେ ପହଞ୍ଚିବା ମାତ୍ରେ ଚିକିତ୍ସା ଆରମ୍ଭ କରାଯିବ।’ ବରିଷ୍ଠ ବିଜେପି ନେତା ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଣ୍ଡା କହିଛନ୍ତି ଯେ ହଠାତ୍ ଚାପ ବୃଦ୍ଧି ପାଇବାରୁ ସୋରେନଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହୋଇଥିଲା। ତାଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି, କିନ୍ତୁ ମୁଁ ଆଶା କରୁଛି ସେ ଶୀଘ୍ର ସୁସ୍ଥ ହୋଇଯିବେ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking