ଆଠଗଡ଼: ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍। ଆଠଗଡ଼ର ଗୁରୁଡିଝାଟିଆ ପୋଲିସ ସୀମା ଅନ୍ତର୍ଗତ ସାଉରିଆ ଗାଁରେ ବିଳମ୍ବିତ ରାତିରେ ୨୦ରୁ ଅଧିକ ସଶସ୍ତ୍ର ଡକାୟତ ତିନୋଟି ଘରକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ନଗଦ ଲୁଟି ନେଇଛନ୍ତି। ଏହି ସମୟରେ ଡ଼କାୟତଙ୍କ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ସେହି ଗ୍ରାମର ବିଶ୍ୱଜିତ୍ ବୋଲି ଚିହ୍ନଟ କରାଯାଇଛି। ରିପୋର୍ଟ ଅନୁଯାୟୀ, ବିଳମ୍ବିତ ରାତିରେ ୨୦ରୁ ଅଧିକ ସଶସ୍ତ୍ର ଦୁର୍ବୃତ୍ତ ଗାଁର ତିନୋଟି ଘରେ ପଶି ବାସିନ୍ଦାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଲକ୍ଷ ଲକ୍ଷ ଟଙ୍କାର ରୂପା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।










