20.1 C
Bhubaneswar
Friday, January 16, 2026
Homeଖେଳଜେମିମାଙ୍କ ଖାର୍ ଜିମ୍‌ଖାନା କ୍ଲବ୍ ସଦସ୍ୟତା ରଦ୍ଦ

ଜେମିମାଙ୍କ ଖାର୍ ଜିମ୍‌ଖାନା କ୍ଲବ୍ ସଦସ୍ୟତା ରଦ୍ଦ

ମୁମ୍ବାଇ: ମୁମ୍ବାଇ ସର୍ବପୁରାତନ କ୍ଲବ୍ ମଧ୍ୟରୁ ଅନ୍ୟତମ ଖାର୍ ଜିମ୍‌ଖାନା ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଷ୍ଟାର୍ ଖେଳାଳି ଜେମିମା ରଡ୍ରିଗ୍ସଙ୍କ ସଦସ୍ୟତା ରଦ୍ଦ କରିଛି। କାର୍ ଜିମ୍‌ଖାନା ଅଧିକାରୀଙ୍କ ଅନୁସାରେ ଜେମିମାଙ୍କ ପିତା ଇଭାନ୍‌ଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିବା ପରେ ଏହି ପଦକ୍ଷେପ ନିଆଯାଇଛି। ଅଧିକାରୀଙ୍କ ଅନୁସାରେ ଜେମିମାଙ୍କ ପିତା ଇଭାନ୍ ଧାର୍ମିକ ଗତିବିଧି ପାଇଁ କ୍ଲବ୍ ପରିସରର ବ୍ୟବହାର କରିଛନ୍ତି।

ଏତିକି ନୁହେଁ ଏଠାରେ ଲୋକଙ୍କ ଧର୍ମ ପରିବର୍ତ୍ତନ ପାଇଁ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି। ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁସାରେ ରବିବାର ଆୟୋଜିତ ବାର୍ଷିକ ସାଧାରଣ ବୈଠକରେ ଜେମିମାଙ୍କ ସଦସ୍ୟତା ରଦ୍ଦ ନିଷ୍ପତ୍ତି ନିଆଯାଇଛି। ସୋମବାର ଜେମିମା ଓ ତାଙ୍କ ପିତାଙ୍କୁ ଏ ସମ୍ପର୍କରେ ଆଲୋଚନା ପାଇଁ ବାର୍ତ୍ତା ପଠାଯିବା ସହ ଫୋନ୍ କରାଯାଇଥିଲେ ମଧ୍ୟ କୌଣସି ଜବାବ ମିଳିନଥିଲା। କାର୍ ଜିମ୍‌ଖାନା ଅଧ୍ୟକ୍ଷ ବିବେକ ଦେବନାନୀ ଇଣ୍ଡିଆନ୍ ଏକ୍ସପ୍ରେସ୍‌କୁ କହିଛନ୍ତି, ଜେମିମାଙ୍କ ପାଖରେ କ୍ଲବ୍‌ର ତିନିବର୍ଷିଆ ସଦସ୍ୟତା ଥିଲା। ଏହାକୁ ୨୦୨୪ ଅକ୍ଟୋବର ୨୦ ତାରିଖରେ ଆୟୋଜିତ ବୈଠକରେ ସମସ୍ତ ସଦସ୍ୟଙ୍କ ସହମତିରେ ରଦ୍ଦ କରାଯାଇଛି।

ମାମଲା ସମ୍ପର୍କରେ ଖାର୍ ଜିମ୍‌ଖାନା ପରିଚାଳନା କମିଟି ସଦସ୍ୟ ଶିବ ମାଲ୍‌ହୋତ୍ରା କହିଛନ୍ତି, ଜେମିମାଙ୍କ ପିତା ବ୍ରଦର ମାନୁଏଲ୍ ମିନିଷ୍ଟ୍ରିଜ୍ ନାମକ ଏକ ସଂସ୍ଥା ସହ ଜଡ଼ିତ ଥିବା ଆମେ ଜାଣିବାକୁ ପାଇଥିଲୁ। ସେ ପ୍ରାୟ ଦେଢ଼ ବର୍ଷ ପାଇଁ ପ୍ରେସିଡେନ୍ସିଆଲ୍ ହଲ୍ ବୁକ୍ କରିଥିବା ବେଳେ ଏଠାରେ ୩୫ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଆମ ନାକ ତଳେ ଧର୍ମାନ୍ତରୀକରଣ ଚାଲିଥିଲା। ଖାର୍ ଜିମ୍‌ଖାନା ସମ୍ବିଧାନର ନିୟମ ୪ଏ ଅନୁସାରେ କ୍ଲବ୍‌ରେ କୌଣସି ଧାର୍ମିକ ଗତିବିଧି ପାଇଁ ଅନୁମତି ମିଳିନଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking