ଭୁବନେଶ୍ୱର : ଜନ୍ତାରେ ଜିନ୍ନତ । ୨୦ ଦିନର ଛକା ପଞ୍ଝା ପରେ ଟ୍ରାଙ୍କୁଲାଇଜ ହୋଇଛି ବାଘୁଣୀ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ା ଜିନ୍ନତକୁ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଛି ବନବିଭାଗ । ଓଡିଶା ପଶ୍ଚିମବଙ୍ଗ ବନ ବିଭାଗ ଟିମ ଗତ ୨୦ ତାରିଖରୁ ବାଘୁଣୀ କୁ ଟ୍ରାଙ୍କୁଲାଇଜ କରି କାବୁ କରିବାକୁ ଚେଷ୍ଟା ଚଲାଇଥିଲେ । ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ଏଥିରେ ମିଳିଛି ସଫଳତା । ଟ୍ରାଙ୍କୁଲାଇଜ ପରେ ଜିନ୍ନତକୁ ଅଚେତ ଅବସ୍ଥାରେ ଜନ୍ତାରେ ପୁରାଇ ଅଲ୍ଲିପୁର ଚିଡିଆଖାନାକୁ ନିଆଯାଇଛି । ସେଠାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ୱାସ୍ଥ୍ୟବସ୍ଥା ଠିକ ଥିଲେ ସମସ୍ତ ଅନ୍ତରାଜ୍ୟ ବନ୍ୟଜନ୍ତୁ ପ୍ରକ୍ରିୟା ସାରି ବାଘୁଣୀ କୁ ପଶ୍ଚିମବଙ୍ଗରୁ ପୁଣି ଶିମିଳିପାଳ ଫେରାଇ ଅଣାଯିବ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ କୁମାର ଝାଡ ।