25.9 C
Bhubaneswar
Monday, April 6, 2026
Homeଓଡିଶାକନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି, ୧୪ ଲକ୍ଷରୁ ଅଧିକ ଟଙ୍କାର ନଗଦ କ୍ଯାସ ଠାବ

କନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି, ୧୪ ଲକ୍ଷରୁ ଅଧିକ ଟଙ୍କାର ନଗଦ କ୍ଯାସ ଠାବ

ରାୟଗଡ଼ା : ଗିରଫ କନିଷ୍ଠ ଯନ୍ତ୍ରୀଙ୍କ ଅପାର ସମ୍ପତ୍ତି। ଗତ କାଲି ରାୟଗଡ଼ା କାଶିପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ଭିଜିଲାନ୍ସ ବିଭାଗ ଧରିବା ପରେ ରାତିଯାକ କନିଷ୍ଠ ଯନ୍ତ୍ରୀଙ୍କ ଫରେଷ୍ଟ କଲୋନୀ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ଭୋର ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଚଢ଼ାଉ ସମୟରେ ତାଙ୍କ ବାସଭବନରୁ ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା, ୨୫ ଭରି ସୁନା ମିଳିଛି। ଏହାସହ ଟିକିରିରେ ୩ ମହଲା ଗୋଟିଏ ଫ୍ଲାଟ ରହିଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ। ରାୟଗଡାରେ ସ୍ତ୍ରୀଙ୍କ ନାଁରେ ୪ଟି ପ୍ଲଟ, ୨ ଚକିଆ ଦୁଇଟି ଓ ୪ ଚକିଆ ଦୁଇଟି ଗାଡି ଠାବ ହୋଇଛି। କନିଷ୍ଠ ଯନ୍ତ୍ରୀଙ୍କ ବାସଭବନରେ ଚଢ଼ାଉ ଶେଷ ପରେ ଏହି ଭିଜିଲାନ୍ସ ବିଭାଗର ଏକ ଟିମ ଟିକିରି ଅଭିମୁଖେ ଗସ୍ତ କରିଛି। ସେଠାରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି।

କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗ ଲାଞ୍ଚ ନେବା ମାମଲାରେ ଗିରଫ କରିଛି। ରାୟଗଡ଼ାର ଡିଏଫ୍‌ଓ କଲୋନୀରେ ଥିବା ବାସଭବନରେ ଠିକାଦାର କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଥିଲେ। ମନେରଗା କାମ ବାବଦରେ ବିଲ କରାଇଦେବାକୁ କହି ଟଙ୍କା ମାଗିଥିଲେ। ଏହାପରେ ଠିକାଦାର ଜୟପୁର ଭିଜିଲାନ୍ସଙ୍କ ଦ୍ୱାରାସ୍ତ ହୋଇଥିଲେ। ଗତକାଲି ସନ୍ଧ୍ୟାରେ ଠିକାଦାରଙ୍କ ଠାରୁ ୨୫ ହଜାର ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। ଚଢ଼ାଉରେ ଜୟପୁର ଭିଜିଲାନ୍ସ ବିଭାଗର ଅରୁଣ ସାହୁଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ ସାମିଲ ହୋଇଥିଲେ। ଭିଜିଲାନ୍ସ ବିଭାଗ ଗିରଫ କରିବା ସମୟରେ ଦେହ ଅସୁସ୍ଥ ହେବାରୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତାଙ୍କ ରକ୍ତଚାପ ବଢିଥିବା ଡାକ୍ତର କହିଥିଲେ। ତେବେ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking