14.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶ୪ ଦିନିଆ ଭାରତ ଗସ୍ତରେ ଜେଡି ଭାନ୍ସ ସପରିବାର ପରିଦର୍ଶନ କରିବେ ଜୟପୁର, ଆଗ୍ରାର ଐତିହ୍ୟସ୍ଥଳୀ

୪ ଦିନିଆ ଭାରତ ଗସ୍ତରେ ଜେଡି ଭାନ୍ସ ସପରିବାର ପରିଦର୍ଶନ କରିବେ ଜୟପୁର, ଆଗ୍ରାର ଐତିହ୍ୟସ୍ଥଳୀ

ନୂଆଦିଲ୍ଲୀ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସପରିବାର ୪ଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାନ୍ସଙ୍କ ସହିତ ତାଙ୍କ ପତ୍ନୀ ଉଷା ଭାନ୍ସ, ୩ ସନ୍ତାନ ଏଭାନ, ବିବେକ ଏବଂ ମିରାବେଲ ଏବଂ କିଛି ଆମେରିକୀୟ ପ୍ରତିନିଧି ମଧ୍ୟ ଭାରତ ଆସିଛନ୍ତି। ଭାନ୍ସ ଏବଂ ତାଙ୍କ ପରିବାର ୨୪ ପର୍ଯ୍ୟନ୍ତ ଭାରତରେ ରହି ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଏମାନେ ଜୟପୁର ଏବଂ ଆଗ୍ରା ସହରର ଐତିହାସିକ ସ୍ଥାନ ପରିଦର୍ଶନ କରିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ତଥା ବ୍ୟବସ୍ଥା କରାଯାଇଛି। ତେବେ ଏହି ଭାରତ ଗସ୍ତ ପରିପ୍ରେକ୍ଷୀରେ ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ଏବେ ଆମେରିକୀୟ ଶୁଳ୍କ (୨୬%) ଏଡାଇବା ପାଇଁ ଚାହୁଁଥିବା ବେଳେ ଜେଡି ଭାନ୍ସଙ୍କ ଭାରତ ଗସ୍ତ ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଆମେରିକା ସହ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା କରିବାକୁ ଏବଂ ଟ୍ରମ୍ପ୍ ପ୍ରଶାସନ ସହିତ ସମ୍ପର୍କକୁ ମଜବୁତ କରିବାକୁ ଭାରତ ଚାହୁଁଛି। ଏତଦ୍‌ବ୍ୟତୀତ ବର୍ତ୍ତମାନ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ମାତ୍ରାଧିକ ଶୁଳ୍କ ଲାଗୁ କରିବା ଯୋଗୁ ଚୀନ୍ ଓ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟିକ ଯୁଦ୍ଧ ଭାରତ ପାଇଁ ଏକ ନୂଆ ତଥା ବର୍ଦ୍ଧିତ କାରବାରଜନିତ ସୁଯୋଗ ସୃଷ୍ଟି କରିଛି। ତେଣୁ ଭାନ୍ସଙ୍କ ଗସ୍ତ ସମୟରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି। ଭାରତ ଆଶା କରୁଛି ଯେ ଚୀନ୍ ଉପରେ ଟ୍ରମ୍ପଙ୍କ ଶୁଳ୍କ ଏହାର ଉତ୍ପାଦନ କ୍ଷେତ୍ରକୁ ଲାଭ ଦେବ। ଭାନ୍ସଙ୍କ ଗସ୍ତକୁ ଦୃଷ୍ଟିରେ ଦେଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜେଭି ଭାନ୍ସ ଏବଂ ତାଙ୍କ ପରିବାର ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ସ୍ୱାଗତ କରିଥିଲେ। ପରେ ଭାନ୍ସ ପରିବାରଙ୍କୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ତଥା ପରମ୍ପରା ସହ ସ୍ୱାଗତ କରାଯାଇଥିଲା।

କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈଶୱାଲ୍ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେରିକୀୟ ଉପରାଷ୍ଟ୍ରପତିଙ୍କ ଭାରତ ଗସ୍ତ ବେଶ୍ ସକାରାତ୍ମକ ଅନୁଭୂତି ଆଣିବ ବୋଲି ଭାରତ ବିଶ୍ୱାସ କରୁଛି। ଆମେରିକା ଭାରତର ସବୁଠାରୁ ବଡ଼ ବାଣିଜ୍ୟିକକ ଅଂଶୀଦାର ଏବଂ ଦୁଇ ଦେଶ ଚଳିତ ବର୍ଷ ଏକ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବା ପାଇଁ ଆଲୋଚନା କରୁଛନ୍ତି। ଉଭୟ ଦେଶ ୨୦୩୦ ସୁଦ୍ଧା ସେମାନଙ୍କର ଦ୍ୱିପାକ୍ଷିକ ବାଣିଜ୍ୟ କାରବାରକୁ ୫୦୦ ବିଲିୟନ ଡଲାରକୁ ଦ୍ୱିଗୁଣିତ କରିବା ପାଇଁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛନ୍ତି। ଯଦି ଏହି ଲକ୍ଷ୍ୟ ହାସଲ ହୁଏ, ତେବେ ବାଣିଜ୍ୟ ଚୁକ୍ତି ଦୁଇ ଦେଶ ମଧ୍ୟରେ ଆର୍ôଥକ ସମ୍ପର୍କକୁ ଯଥେଷ୍ଟ ବୃଦ୍ଧି କରିପାରିବ ଏବଂ କୂଟନୈତିକ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିପାରିବ। ଭାରତ ଆମେରିକାର ଏକ ଘନିଷ୍ଠ ସହଯୋଗୀ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ବୃଦ୍ଧି ପାଉଥିବା ପ୍ରଭାବକୁ ମୁକାବିଲା କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସହଯୋଗୀ। ଏତଦ୍‌ବ୍ୟତୀତ ଭାରତ କ୍ୱାଡ୍ ସଂଗଠନର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯେଉଁଥିରେ ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ଅନ୍ତର୍ଭୁକ୍ତ ଏବଂ ଏହାକୁ ଏହି ଇଣ୍ଡୋ ପାସିଫିକ୍ (ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର)ଅଞ୍ଚଳରେ ଚୀନ୍‌ର ପ୍ରସାର ପାଇଁ ଏକ ସନ୍ତୁଳନ ଭାବରେ ଦେଖାଯାଏ। ତେବେ ବିଶ୍ୱର ଅଧିକାଂଶ ଦେଶ ବିରୁଦ୍ଧରେ ଆମେରିକା ସରକାରଙ୍କ ନୂଆ ତଥା ବର୍ଦ୍ଧିତ ଟାରିଫ୍ (ଶୁଳ୍କ) କାର୍ଯ୍ୟକ୍ରମର ପୃଷ୍ଠଭୂମିରେ ଭାନ୍ସଙ୍କ ପ୍ରଥମ ନୂଆଦିଲ୍ଲୀ ଗସ୍ତକୁ ନେଇ ଭାରତ ବେଶ୍ ଆଶାବାଦୀ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking