26.1 C
Bhubaneswar
Thursday, September 19, 2024
Homeଓଡିଶାନକଲି ମଦକୁ ନଷ୍ଟ କରିବା ପାଇଁ ଚାଲିଲା ଜେସିବି

ନକଲି ମଦକୁ ନଷ୍ଟ କରିବା ପାଇଁ ଚାଲିଲା ଜେସିବି

ଭୁବନେଶ୍ୱର : ଆଜି ବରମୁଣ୍ଡାସ୍ଥିତ ଏକ ସରକାରୀ ମଦ ଦୋକାନରୁ ନକଲି ମଦ ଜବତ ପରେ ସେଗୁଡ଼ିକୁ ନଷ୍ଟ କରାଯାଇଛି । ଜେସିବି ଅଣାଯାଇ ଉକ୍ତ ମଦଗୁଡ଼ିକୁ ନଷ୍ଟ କରାଯାଇଛି । ସରକାରୀ ମଦ ଦୋକାନରେ ନକଲି ମଦ ମିଳିଛି । ସେ ପୁଣି ରାଜଧାନୀ ଭୁବନେଶ୍ୱରରେ । ବରମୁଣ୍ଡାସ୍ଥିତ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ଅବକାରୀ ଟିମ ଚଢ଼ଉ କରି ନକଲି ମଦ ଜବତ କରିଛି । ଅସଲି ବୋତଲରେ ନକଲି ମଦ ପୂରାଯାଇ ବିକ୍ରି କରାଯାଉଥିଲା । ତେବେ ସେଗୁଡ଼ିକୁ ଜବତ କରାଯିବା ପରେ ସମ୍ପୃକ୍ତ ଦୋକାନରେ ଥିବା ଅସଲି ସହ ନକଲି ମଦ ବୋତଲକୁ ଜେସିବି ଚଢ଼ାଇ ନଷ୍ଟ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking