27.1 C
Bhubaneswar
Monday, July 8, 2024
Homeଦେଶ ବିଦେଶଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ବେଜିଂ: ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କୁ ଗୁରୁବାର ଭେଟିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର । ଏହି ସାକ୍ଷାତ ସମୟରେ ଉଭୟ ଜୟଶଙ୍କର ଏବଂ ୱାଙ୍ଗ୍ ୟିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ବିଶେଷକରି ସୀମା ବିବାଦ ସମେତ ବିଭିନ୍ନ ପ୍ରସଙ୍ଗରେ କାଜାଖସ୍ତାନର ରାଜଧାନୀ ଆସ୍ଥାନାଠାରେ ୱାଙ୍ଗ୍ ୟିଙ୍କ ସହ ଜୟଶଙ୍କର କଥା ହୋଇଥିଲେ । ଆସ୍ତନା ଠାରେ ଆୟୋଜିତ ହେଉଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଏକତ୍ର ହୋଇଥିବା ଏସ୍‌ସିଓ ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ମଧ୍ୟରେ ଚୀନ୍ ଏବଂ ଭାରତର ବୈଦେଶିକ ମନ୍ତ୍ରୀଙ୍କ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜୟଶଙ୍କର ସ୍ୱାକ୍ଷରିତ ହେଉଥିବା ଦ୍ୱିପାକ୍ଷିକ ଆପୋଷ ବୁଝାମଣାଜନିତ ପ୍ରସ୍ତାବକୁ ଦୁଇ ଦେଶ ସମ୍ମାନ ଦେବା ଉଚିତ୍ ବୋଲି ଗୁରୁତ୍ୱାରୋପ କରିଥିବା ଜଣାପଡିଛି । ଏପରି କରାଯିବା ଦ୍ୱାରା ଦୁଇ ଦେଶମଧ୍ୟରେ ସଦାସର୍ବଦା ସ୍ଥିରତା ବଜାୟ ରହିବା ସହ ସୀମାରେ ମଧ୍ୟ ଶାନ୍ତି ଅବ୍ୟାହତ ରହିବ ବୋଲି ଜୟଶଙ୍କର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking