30.1 C
Bhubaneswar
Monday, June 16, 2025
Homeଦେଶ ବିଦେଶସରକାରଙ୍କ ହାତକୁ ଗଲା ଜୟଲଳିତାଙ୍କ ସମ୍ପତ୍ତି

ସରକାରଙ୍କ ହାତକୁ ଗଲା ଜୟଲଳିତାଙ୍କ ସମ୍ପତ୍ତି

ବେଙ୍ଗାଲୁରୁ: ସରକାରଙ୍କ ହାତକୁ ଗଲା ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସମ୍ପତ୍ତି । ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଏବେ ରାଜ୍ୟ ସରକାରଙ୍କ ମାଲିକାନାକୁ ଯାଇଛି । ସେଥି ମଧ୍ୟରେ ରହିଛି ୨୭ କିଲୋଗ୍ରାମ ଓଜନର ସୁନା ତଲୱାର, ହାତ ଘଣ୍ଟା, କଲମ ସମେତ ୧୬୦୬ଟି ଅନ୍ୟାନ୍ୟ ସାମଗ୍ରୀ । ପୂର୍ବରୁ ଯାଞ୍ଚବେଳେ ଏସବୁକୁ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜବତ ହୋଇଥିବା ବିପୁଳ ପରିମାଣର ସୁନା ଅଳଙ୍କାର, ଜମିପଟ୍ଟା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ତାମିଲନାଡୁ ସରକାରଙ୍କୁ ଫେରାଇ ହସ୍ତାନ୍ତର କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଦୀର୍ଘ ଦିନର ଅସୁସ୍ଥତା ପରେ ୫ ଡିସେମ୍ବର ୨୦୧୬ରେ ମୃତ୍ୟୁବରଣ କରିଥିଲେ । ଏନେଇ ସରକାରୀ ଓକିଲ କିରଣ ଜାୱଲି କହିଛନ୍ତି, “କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତାମିଲନାଡୁ ଭିଜିଲାନ୍ସ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଥମେ ଯାଞ୍ଚ ହୋଇଥିଲା ।

ଏହାପରେ ୨୭ କିଲୋଗ୍ରାମ ଓଜନର ସୁନା ତାମିଲନାଡୁ ସରକାରଙ୍କୁ ଫେରାଇ ଦିଆଯାଇଛି । ଏହା ବ୍ୟତୀତ ପୂର୍ବରୁ ପ୍ରାୟ ୧୫୨୬ ଏକର ଜମିର କାଗଜପତ୍ର ତାମିଲନାଡୁ ସରକାରଙ୍କୁ ଫେରାଇ ଦିଆଯାଇଛି ।” ଜୟଲଳିତାଙ୍କଠାରୁ ୪୬୮ ପ୍ରକାରର ସୁନା ଏବଂ ହୀରା ଖଚିତ ଅଳଙ୍କାର, ୭,୦୪୦ ଗ୍ରାମ ଓଜନର ରୂପା ଅଳଙ୍କାର, ୭୪୦ଟି ମହଙ୍ଗା ଚପଲ, ୧୧,୩୪୪ଟି ରେଶମ ଶାଢ଼ୀ, ୨୫୦ଟି ଶାଲ୍, ୧୨ଟି ରେଫ୍ରିଜରେଟର, ୧୦ଟି ଟିଭି ସେଟ୍, ୮ଟି ଭିସିଆର୍, ଗୋଟିଏ ଭିଡିଓ କ୍ୟାମେରା, ୪ଟି ସିଡି ପ୍ଲେୟାର, ୨ଟି ଅଡିଓ ଡେକ୍, ୨୪ଟି ଟୁ-ଇନ୍-ୱାନ୍ ଟେପ୍ ରେକର୍ଡର୍, ୧୦୪୦ଟି ଭିଡିଓ କ୍ୟାସେଟ୍, ୩ଟି ଲୁହା ଲକର୍, ୧ ଲକ୍ଷ ୯୩ ହଜାର ୨୦୨ ଟଙ୍କା ନଗଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ୨୭ ସେପ୍ଟେମ୍ବର ୨୦୧୪ରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଜୟଲଳିତାଙ୍କୁ ୪ବର୍ଷ ଜେଲଦଣ୍ଡ ଏବଂ ୧୦୦ କୋଟି ଟଙ୍କା ଜରିମାନା ଦଣ୍ଡାଦେଶ କରିଥିଲେ । ଏହାର କିଛି ଦିନ ମଧ୍ୟରେ ଜୟଲଳିତାଙ୍କ ମୃତ୍ୟୁ ହୋଇଥିଲା। ଜୟଲଳିତାଙ୍କ ଜିନିଷପତ୍ର ନଷ୍ଟ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ପାଇବା ପାଇଁ ସୂଚନା ଅଧିକାର କର୍ମୀ ନରସିଂହ ମୂର୍ତ୍ତି କୋର୍ଟରେ ଏକ ଆବେଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking