21.7 C
Bhubaneswar
Monday, February 23, 2026
Homeଦେଶ ବିଦେଶବିଧାନସଭାରେ ମୁଥ ମରାମରି

ବିଧାନସଭାରେ ମୁଥ ମରାମରି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ବିଧାନସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଛି । ବିଧାନସଭାରେ ଧାରା ୩୭୦ ବ୍ୟାନର ଦେଖାଇବାକୁ ନେଇ ହଙ୍ଗମା ହୋଇଛି । ଶାସକ ଓ ବିରୋଧୀ ବିଧାୟକଙ୍କ ମଧ୍ୟରେ ମୁଥ ମରାମରି ହୋଇଛି । ହଟ୍ଟଗୋଳ ଯୋଗୁ ବିଧାନସଭାକୁ ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଧାରା ୩୭୦କୁ ପୁନଃ ଲାଗୁ ପ୍ରସ୍ତାବକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା ।

ଜାମ୍ମୁ-କାଶ୍ମୀରରେ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କିତ ଏକ ପ୍ରସ୍ତାବ ବୁଧବାର ବିଧାନସଭାରେ ଗୃହୀତ ହୋଇଛି। ଗୃହୀତ ପ୍ରସ୍ତାବ ଅନୁଯାୟୀ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଧାରା ୩୭୦କୁ ପୁନର୍ବାର ଲାଗୁ କରାଯିବା ସମ୍ପର୍କରେ ବିଧାୟକମାନେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ। ଗୃହୀତ ପ୍ରସ୍ତାବରେ ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାର ଏକପାଖିଆ ନିଷ୍ପତ୍ତି ନେଇଥିଲେ ବୋଲି କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ଚୌଧୁରୀ ଏହି ପ୍ରସ୍ତାବକୁ ଆଗତ କରିଥିବାବେଳେ ଏନ୍‌ସି ନେତା ତଥା ମନ୍ତ୍ରୀ ସାକିନା ମାସୁଦ ଏହାକୁ ସମର୍ଥନ କରିଥିଲେ। ଧାରା ୩୭୦ ସମ୍ପର୍କିତ ପ୍ରସ୍ତାବ ଗୃହରେ ଆଗତ କରାଯିବା ସମୟରେ ବିଜେପି ବିଧାୟକମାନେ ହୋହଲ୍ଲା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking