30.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶସଂସଦରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ ଆଗତ

ସଂସଦରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ ଆଗତ

ନୂଆଦିଲ୍ଲୀ: ଲୋକସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ- ୨୦୨୫ ଆଗତ ହୋଇଛି । ସଂଶୋଧନ ବିଲ ଆଗତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସଂଶୋଧନ ବିଲକୁ ନେଇ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ବୁଧବାର ତିନୋଟି ବିଲ୍ ଆଗତ କରିଛନ୍ତି । ଶାହ କେନ୍ଦ୍ର ଶାସିତ ଅଞ୍ଚଳ ସରକାର (ସଂଶୋଧନ) ବିଲ୍ ୨୦୨୫, ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍ ୨୦୨୫ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଲୋକସଭାରେ ଉପସ୍ଥାପନ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି। ବିରୋଧୀ ସାଂସଦମାନେ ଏହାର ତୀବ୍ର ବିରୋଧ କରିଥିଲେ। କଂଗ୍ରେସ ସାଂସଦ ମନୀଷ ତିୱାରୀ ଏବଂ ଅସଦୁଦ୍ଦିନ ଓୱେସି ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି। ଗୃହମନ୍ତ୍ରୀ କହିଛନ୍ତି ଯେ ଶୀଘ୍ର ଏହି ବିଲ୍ ଆଣିବାର ଅଭିଯୋଗ ଠିକ୍ ନୁହେଁ। ସେ କହିଛନ୍ତି ଯେ ବିଲ୍ କୁ ଯୁଗ୍ମ କମିଟିକୁ ପଠାଯିବ । ସମସ୍ତ ଶାସକ ଏବଂ ବିରୋଧୀ ଦଳର ସାଂସଦମାନଙ୍କୁ ନେଇ ଏକ କମିଟି ଏହା ବିଚାର କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking