ଜମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରରେ ତିନିଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଅଗଷ୍ଟ ୨୦ ରେ ପ୍ରକାଶିତ ହୋଇଥିବାବେଳେ ନାମାଙ୍କନପତ୍ରର ଶେଷ ତାରିଖ ଅଗଷ୍ଟ ୨୭ ଥିଲା। ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ ୩୦ ଅଗଷ୍ଟ ଥିଲା | ସେପ୍ଟେମ୍ବର ୧୮ ରେ ପ୍ରଥମ ପର୍ଯ୍ୟାୟରେ ୨୪ ଟି ବିଧାନସଭା ଆସନ ପାଇଁ ମତଦାନ । ଦୀର୍ଘ ୧୦ ବର୍ଷ ପରେ ମତାଧିକାର ସାବ୍ୟସ୍ତ କରିବେ ଭୋଟର୍ ।ଅନନ୍ତନାଗ ଜିଲ୍ଲାରେ ୬୪,ପୁଲୱାମାରେ ୪୫,ଡୋଡାରେ ୨୫,କୁଲଗାମରେ ୨୫,କିସ୍ତୱାଡରେ ୨୨,ସୋପିଆନରେ ୨୧ ଓ ରମ୍ବନରେ ୧୫ ଜଣ ପ୍ରାର୍ଥୀ ଏମିତି ପ୍ରଥମ ପର୍ଯ୍ୟାୟ ପାଇଁ ମଇଦାନରେ ଅଛନ୍ତି ୨୧୯ ପ୍ରାର୍ଥୀ । ନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ଶହ କଂପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଛି । ଶେଷ ଦିନରେ ବିଜେପି,କଂଗ୍ରେସ ଓ ନାସନାଲ କନଫରେନ୍ସ ଜୋରଦାର ପ୍ରଚାର କରିଥିଲେ । ବିଜେପି ସହ ମୈଦାନରେ କଂଗ୍ରେସ ଓ ଏନ୍ସିର ଜୋରଦାର ଟକ୍କର ହେବ ।