16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ; ମିଳିଲା ରାଜ୍ୟପାଳଙ୍କ ଅନୁମୋଦନ

ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ; ମିଳିଲା ରାଜ୍ୟପାଳଙ୍କ ଅନୁମୋଦନ

ଶ୍ରୀନଗର: ଜମ୍ମୁ କାଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏକ ପ୍ରସ୍ତାବ ପାରିତ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟର ସ୍ୱତନ୍ତ୍ର ପାହ୍ୟା ଫେରସ୍ତ ପାଇଁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କ ସହ ଆଲୋଚନା କରିବା ଲାଗି କ୍ୟାବିନେଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲାଙ୍କୁ ଅନୁମତି ଦେଇଛନ୍ତି। ଏହି ପ୍ରସ୍ତାବ ପାରିତ ହେବା ପରେ ସେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବା ଲାଗି ନୂଆଦିଲ୍ଲୀ ଗସ୍ତ କରିବେ ବୋଲି ଅନୁମାନ କରାଯାଉଛି।

ନିଜ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା ପୂର୍ବକ ଶାସକ ଦଳ ନ୍ୟାସନାଲ୍ କନ୍‌ଫରେନ୍ସ (ଏନ୍‌ସି) ଏବେ ଲାଗିପଡ଼ିଛି। ମୁଖ୍ୟତଃ ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦିଗରେ ଏନ୍‌ସି ଜମ୍ମୁ କାଶ୍ମୀରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ପୂର୍ବକ ନିର୍ବାଚନ ଲଢ଼ିଥିବା ଏନ୍‌ସି ସଂଖ୍ୟା ଗରିଷ୍ଠତା ହାସଲ ପୂର୍ବକ ଏଠାରେ ସରକାର ଗଠନ କରିଥିବା ବେଳେ ଏନ୍‌ସି ମୁଖ୍ୟ ଫାରୁକ୍ ଅବଦ୍ଦୁଲ୍ଲାଙ୍କ ପୁଅ ଓମାର ଅବଦ୍ଦୁଲ୍ଲା ପୁନଃ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି। ଏନ୍‌ସି କ୍ଷମତାକୁ ଫେରିବା ପରେ ପରେ ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦିଗରେ ନିଜ ଆଡୁ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛି। ପ୍ରକାଶ, ନଭେମ୍ବର ୪ରୁ ଜମ୍ମୁ କାଶ୍ମୀରର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହି ଅବସରରେ ନବନିର୍ବାଚିତ ବିଧାୟକମାନେ ଅକ୍ଟୋବର ୨୧ରେ ଶପଥ ଗ୍ରହଣ କରିବେ। ଏଥିଲାଗି ଶ୍ରୀନଗର ରାଜଭବନରେ ପ୍ରୋଟେମ୍ ସ୍ପିକର (କାମଚଳା ବାଚସ୍ପତି) ଭାବେ ମୁବାରକ ଗୁଲଙ୍କୁ ଶପଥ ଗ୍ରହଣ କରାଯାଇଛି। ସୋମବାର ଅପରାହ୍ନ ୨ଟାରେ ସେ ବିଧାନସଭାର ନବନିର୍ବାଚିତ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇବେ।

ଏନ୍‌ସି ମୁଖପାତ୍ର ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଜମ୍ମୁ-କାଶ୍ମୀରର ରାଜ୍ୟ ମାନ୍ୟତା ପୁନଃ ସ୍ଥାପନ କରିବା ହେଉଛି ସୁଧାର ପ୍ରକ୍ରିୟାର ଆରମ୍ଭ, ଯାହା ସାମ୍ବିଧାନିକ ଅଧିକାର ପୁନରୁଦ୍ଧାର କରିବ ଏବଂ ଜମ୍ମୁ-କାଶ୍ମୀରବାସୀଙ୍କ ପରିଚୟକୁ ସୁରକ୍ଷିତ କରିବ। କ୍ୟାବିନେଟ୍ ଏହି ପ୍ରସଙ୍ଗକୁ ଆନୁଷ୍ଠାନିକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କ ନିକଟରେ ଉଠାଇବ। ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ପରିଚୟ ଏବଂ ଲୋକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ନବନିର୍ବାଚିତ ସରକାରଙ୍କ ନୀତିର ଆଧାର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking