27.1 C
Bhubaneswar
Friday, September 27, 2024
Homeଓଡିଶାଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ

ଲଗାଣ ବର୍ଷାରେ ଫୁଲୁଛି ଜଳକା ନଦୀ

ଜଳେଶ୍ୱର : ଫୁଲୁଛି ଜଳକା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟରରେ ପ୍ରବାହିତ ହେଉଛି । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଂ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ଜଳକା ନଦୀର ଉପର ମୁଣ୍ତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲା ର ରାସଗୋବିନ୍ଦପୁର,ମୋରଡା, ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବୃଦ୍ଧି ପାଉଛି ନଦୀର ଜଳସ୍ତର , ମଥାନୀ ଠାରେ ବିପଦ ସଙ୍କେତ ରହିଛି ୬.୫୦ । ଯଦି ଏଭଳି ଭାବରେ ବର୍ଷା ଲାଗି ରହେ ତାହାଲେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି ବନ୍ଯା ଆସିବା ର ଆଶଙ୍କା କରା ଯାଉଛି । ବନ୍ଯା ଆସିଲେ ବସ୍ତା ବ୍ଲକର ୧୦ ଟି ପଞ୍ଚାୟତ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ନଦୀ କୂଳିଆ ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking