33.1 C
Bhubaneswar
Sunday, September 22, 2024
Homeଓଡିଶାନନ୍ଦନକାନନରେ ଜଳହସ୍ତୀ ମୃତ

ନନ୍ଦନକାନନରେ ଜଳହସ୍ତୀ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୩ନଂ. ଖୁଆଡ଼ ଜଳାଶୟରେ ୩ ବର୍ଷର ଏକ ଅଣ୍ଡିରା ଜଳହସ୍ତୀର ମୃତ୍ୟୁ ଘଟିଛି । ଶନିବାର ସକାଳେ ଭାସମାନ ଅବସ୍ଥାରେ ବିଭାଗୀୟ ଅଧିକାରୀମାନେ ଜଳହସ୍ତୀକୁ ଉଦ୍ଧାର କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଜଳାଶୟରେ ଜଳହସ୍ତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ବ୍ୟବଚ୍ଛେଦ କରାଯାଇ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଚଳିତ ମାସ ୯ ତାରିଖରେ ଏଠାରୁ କଲିକତା ଅଲିପୁର ଚିଡ଼ିଆଖାନାକୁ ୨ଟି ଜଳହସ୍ତୀ ଯାଇଥିବାବେଳେ ଆଜି ଏକ ଅଣ୍ଡିରା ଜଳହସ୍ତୀର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୯କୁ ଖସିଆସିଛି ।

ପ୍ରାଣୀ ଉଦ୍ୟାନର ୬୨ ଓ ୬୩ ନଂ ଖୁଆଡ଼ର ଜଳାଶୟରେ ୧୨ଟି ଜଳହସ୍ତୀ ରହୁଥିଲେ । ଗତ ୧ ତାରିଖ ରାତିରେ ୬୨ ନଂ ଖୁଆଡ଼ରେ ଏକ ୩ ବର୍ଷର ଅଣ୍ଡିରା ଜଳହସ୍ତୀ ଏକ ମାଈ ଜଳହସ୍ତୀ ସହିତ ମିଳନ କରିବାକୁ ଚେଷ୍ଟା କରୁଥିବାବେଳେ ଉକ୍ତ ଖୁଆଡ଼ରେ ଥିବା ଏକ ବଡ଼ ଜଳହସ୍ତୀ ଆକ୍ରମଣ କରିଥିଲା । ବଡ଼ ଜଳହସ୍ତୀ ଆକ୍ରମଣରେ ଛୋଟ ଜଳହସ୍ତୀ ଗୁରୁତର ହୋଇ ପାଖ ୬୩ ନଂ ଖୁଆଡ଼ ତାରଜାଲି ଭାଙ୍ଗି ଚାଲିଯାଇଥିଲା । ସେବେଠାରୁ ୬୩ ନଂ ଖୁଆଡ଼ର ଗୋଟିଏ କୋଣରେ ଜଳହସ୍ତୀଟି ଲୁଚି ରହୁଥିଲା । ଠିକ୍‌ ଭାବେ ଖାଦ୍ୟ ଗ୍ରହଣ କରୁନଥିଲା । ପ୍ରାଣୀ ଚିକିତ୍ସକମାନେ ତା’ର ଚିକିତ୍ସା କରୁଥିଲେ ମଧ୍ୟ ଖୁଆଡ଼ରେ ଅଧିକ ପାଣି ଥିବାରୁ ଚିକିତ୍ସାରେ ବାଧା ସୃଷ୍ଟି ହେଉଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking