18.1 C
Bhubaneswar
Wednesday, February 4, 2026
Homeଓଡିଶାଯାଜପୁରର ଅସ୍ମିତା ରଗବି ଲିଗ୍: କିଟ୍, କିସ୍ ଓ ପହଡ଼ିଆଁନ୍ ଚମ୍ପିୟାନ

ଯାଜପୁରର ଅସ୍ମିତା ରଗବି ଲିଗ୍: କିଟ୍, କିସ୍ ଓ ପହଡ଼ିଆଁନ୍ ଚମ୍ପିୟାନ

ଯାଜପୁର: ଭାରତ ସରକାରଙ୍କ କ୍ରୀଡ଼ା ବିଭାଗ ଓ ରଗବି ଇଣ୍ଡିଆ ଦ୍ଵାରା ଏବଂ ଓଡ଼ିଶା ଓ ଯାଜପୁର ରଗବି ଫୁଟବଲ ଆସୋସିଏସନ୍ ର ମିଳିତ ସହଯୋଗରେ ଯାଜପୁର ଟାଉନ୍ ସ୍ଥିତ କୁସୂମା ନିକଟବର୍ତ୍ତୀ ଯାଜପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅସ୍ମିତା ରଗବି ଲିଗ୍ କୁ ଓଡ଼ିଶା ରଗବି ଆସୋସିଏସନ୍ ର ସମ୍ପାଦକ ସୁଶାନ୍ତ କୁମାର୍ ସାହୁଙ୍କ ସଭାପତିତ୍ବରେ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଆମ୍ବର କୁମାର୍ କର ଉଦ୍ଘାଟନ କରିଥିଲେ ସମ୍ମାନିତ ଅତିଥି ଭାବେ ବିଧାୟିକା ସୁଜାତା ସାହୁ, କ୍ରୀଡ଼ା ଅଧିକାରୀ ଫକିର ମୋହନ୍ ଟୁଡୁ, ସମାଜସେବୀ ତରୁଣ କୁମାର୍ ନନ୍ଦ , ଯାଜପୁର ରଗବି ଆସୋସିଏସନ୍ ର ସଭାପତି ନାରାୟଣ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ବିଭିନ୍ନ ଜିଲ୍ଲାରୁ ୨୨ ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ସିନିୟର୍ ବାଳିକା ବିଭାଗରେ ବିଜେତା କିଟ୍ ଓ ଉପ ବିଜେତା ଫୁଚର ଷ୍ଟାର, ଜୁନିଅରରେ କିସ୍ ବିଜେତା ଓ କିଟ୍ ଉପ ବିଜେତା ଏବଂ ସବ୍ ଜୁନିଅର୍ ବିଭାଗରେ ପହଡ଼ିଆଁନ୍ ବିଜେତା ଓ ଯାଜପୁର ଉପ ବିଜେତା ହୋଇଥିଲେ।

ସନ୍ଧ୍ୟାରେ ଉଦଯାପନ ଓଡ଼ିଶା ରଗବି ଆସୋସିଏସନ୍ ର ଯୁଗ୍ମ ସମ୍ପାଦକ ତଥା ଜିଲ୍ଲା ସମ୍ପାଦକ ଭରତ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏଭରେଷ୍ଟ ପର୍ବତ ଆରୋହୀ ଗଣେଶ ଜେନା, ଯାଜପୁର ସାଂସଦ ପ୍ରତିନିଧି ଆଡ୍ ଭୋକେଟ୍ ଫାନିନ୍ଦ୍ର କୁମାର୍ ମିଶ୍ର, ଓଡ଼ିଶା ରଗବି ଆସୋସିଏସନର କୋଷାଧ୍ୟକ୍ଷ ଶକ୍ତି ପ୍ରାସାଦ ଦାସ ,କ୍ରୀଡ଼ା ସଂଗଠକ ରଂଜନ କୁମାର ସୂତାର ଯୋଗଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଭାରତୀୟ ମହିଳା ଦଳର ଉପ ଅଧିନାୟକ ଡୁମୁନି ମାରାଣ୍ଡି, ପୂର୍ବତନ ଅଧିନାୟକ ସୁମିତ୍ରା ନାୟକ, କୋଚ୍ ମୁନା ମୁର୍ମୁ, ରେଫ୍ରୀ ଲୋକନାଥ ସାହୁ, କ୍ରୀଡାବିତ୍ ସୌମ୍ୟ ସ୍ୱାଇଁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମ୍ୟାଚ କୁ ସୁରେନ୍ଦ୍ର କୁମାର୍ ଜେନା, ରାଜକିଶୋର ମୁର୍ମୁ, ରଜନୀ ସବର୍, ଅଜୟ କୁମାର ପ୍ରଧାନ, ପ୍ରିୟରଞ୍ଜନ ରାଉତ, ବିଶାଲ ଚୌଧୁରୀ ,ବିଘ୍ନେଶ୍ୱର ମାଲିକ, କଂବୁନାଥ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking