ଯାଜପୁର : ଯାଜପୁର ଜିଲ୍ଲା ର ଯାଜପୁର ରୋଡ ଅଞ୍ଚଳର ଡାକ୍ତର ସ୍ୱାଧୀନ ପଣ୍ଡା କେରଳ ଭୂସ୍ଖଳନରେ ନିଖୋଜ ଘଟଣାକୁ 5 ଦିନ ବିତିଲାଣି । ହେଲେ ଏ ଯାଏଁ ଡାକ୍ତରଙ୍କ ପତ୍ତା ମିଳିନି । ଏଣେ ପୁଅର ଫେରିବା ବାଟକୁ ଅନେଇ ବସିଛନ୍ତି ବାପା ମା ଓ ପରିବାର ଲୋକେ । କେରଳ ୱାୟନାଡ ଟ୍ରାଜେଡିକୁ ୫ ଦିନ ପୁରିଲାଣି, ଏବେ ବି ନିଖୋଜ ଓଡ଼ିଆ ଡାକ୍ତର ସ୍ବାଧୀନ ପଣ୍ଡା । ତାଙ୍କର ବନ୍ଧୁ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବାବେଳେ ସ୍ବାଧୀନଙ୍କ କିନ୍ତୁ କିଛି ପତ୍ତା ମିଳୁନି । ଏବେ ଆଶା ଆଶଙ୍କାରେ ଅଛନ୍ତି ଡାକ୍ତରଙ୍କ ପରିବାର । ୫ ଦିନ ହେଲା ପୁଅ ଖାବର ମିଳୁନାହିଁ । ଟେଲିଫୋନ କଲେ ଉତ୍ତର ନାହି ସ୍ବାଧୀନଙ୍କ ଭାଇ-ଭଉଣୀ ଯାଇ ୱାୟନାଡର ବିଭିନ୍ନ ହସ୍ପିଟାଲରେ ବୁଲି ବୁଲି ଭାଇକୁ ଖୋଜୁଛନ୍ତି । ଏନେଇ ସ୍ବାଧୀନଙ୍କ ବଡବାପା ବରିଷ୍ଟ ଆଇନ ଜିବୀ ଚନ୍ଦ୍ର ଶେଖର ପଣ୍ଡା ବିଭିନ୍ନ ଗଣ ମାଧ୍ୟମ କୁ କହିଛନ୍ତି, ”ସ୍ବାଧୀନ ତାଙ୍କର ଆଉ ୩ ଜଣ ସାଙ୍ଗ ସହ ୱାୟନାଡ ବୁଲିବାକୁ ଯାଇଥିଲେ । ଭୂସ୍ଖଳନ ପୂର୍ବରୁ ସେହିଦିନ ରାତିରେ ପୁଅ ଫୋନ କରି କହିଥିଲା, ପ୍ରବଳ ବର୍ଷା ହେଉଛି ଆମେ ସକାଳୁ ଏଠୁ ଫେରିଯିବୁ । ହେଲେ ସକାଳ ହେଲା ବେଳକୁ ପୁଅର ଆଉ ପତ୍ତା ମିଳିନଥିଲା । ପରିବାର ଲୋକେ ୱାୟନାଡ ଯାଇ ବିଭିନ୍ନ ହସ୍ପିଟାଲରେ ଖୋଜୁ ଛନ୍ତି । କିନ୍ତୁ ଏ ଯାଏଁ କୌଣସି ଖବର ମିଳୁ ନାହିଁ। ୫ ଦିନ ହେଲା ପୁରା ପରିବାର ଭଗବାନଙ୍କ ଭରସାରେ ଅଛନ୍ତିସେ”ହିମାଂଶୁ ପଣ୍ଡା ଙ୍କ ପୁତ୍ର ।