ଯାଜପୁର : ଯାଜପୁର ଥାନା ବୈଦ୍ୟନାଥନଗର ରେ ହୋଇଥିବା ସିରିଜ ଚୋରୀ ଘଟଣାର ପର୍ଦ୍ଦାଫାଶ କଲା ଯାଜପୁର ପୋଲିସ। ଏହି ଚୋରୀ ଘଟଣାରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ବହୁ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ପୋଲିସ।ଚଳିତ ମାସ ୧୦ତାରିଖ ରେ ବୈଦ୍ୟନାଥନଗର ର ତିନିଜଣଙ୍କ ଘରେ ଚୋରୀ ହୋଇଥିବା ଯାଜପୁର ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ଭିତ୍ତି କରି ଯାଜପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଥାନା ଅଧିକାରୀ ଶjରତ ଚନ୍ଦ୍ର ପାତ୍ର ଏକ ସ୍ଵତନ୍ତ୍ର ଟିମ ଗଠନ କରି କେନ୍ଦ୍ରାପଡା ଜିଲ୍ଲାର ଦୁଇ ଜଣ ଏବଂ ଯାଜପୁର ଅକରପଡ଼ା ଗ୍ରାମର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ର ସୁନା, ନଗଦ ଟଙ୍କା, ଦୁଇଟି ମଟର ସାଇକେଲ ସମେତ ୪ଟି ମୋବାଇଲ ଜବତ ହୋଇଥିବା ପୋଲିସ ଯାଜପୁର ଥାନାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛି।










